ETV Bharat / state

ବିଜୁ ମହିଳା ଜନତା ଦଳର କାର୍ଯ୍ୟ କାରିଣୀ ବୈଠକରେ ମାନସ ମନ୍ଥନ - ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି

ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ଅଧିକ ପଢ଼ନ୍ତୁ

ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି
ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି
author img

By ETV Bharat Odisha Team

Published : Sep 10, 2023, 9:47 PM IST

ନିର୍ବାଚନ ପାଇଁ ସରଗରମ ରାଜନୀତି

ଜଗତସିଂହପୁର: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ଦଳ ରଣନୀତି ପ୍ରସ୍ତୁତ କରିଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେଡି ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ କର୍ମୀମାନଙ୍କୁ ଏକାଠି କରିବାର ପ୍ରୟାସ ଆରମ୍ଭ ହୋଇଛି । ଆଜି ଜଗତସିଂହପୁର ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ଥାନୀୟ ସାରଦା ମଣ୍ଡପଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.. ଫୋକସରେ ସାଧାରଣ ନିର୍ବାଚନ, ଘରକୁ ଘର ଯାଇ ଲୋକମତ ସାଉଁଟିବ ବିଜେଡି

ବରିଷ୍ଠ ନେତା ଅରୁଣ ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରାଜ୍ୟରେ ମହିଳାମାନଙ୍କ ବହୁବିଧ ଉନ୍ନତି ସାଧିତ ହୋଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗାଁର ମହିଳାଟିଏ ଆତ୍ମ ନିର୍ଭରଶୀଳ ହୋଇପାରିଛି । ପୂର୍ବରୁ ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ୁଥିଲା । ଅର୍ଥ ଦରକାର ହେଲେ ସ୍ୱାମୀକୁ ହାତ ପତାଇବାକୁ ପଡୁଥିଲା । କିନ୍ତୁ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଏହା ପରିବର୍ତ୍ତନ ହୋଇଛି । ଗ୍ରାମୀଣ ମହିଳାମାନେ ବର୍ତ୍ତମାନ ରାଜ୍ୟ କାହିଁକି ଦେଶ ଓ ବିଦେଶରେ ନାଁ କଲେଣି । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ବିକାଶ ଲାଗି ହାତ ଖୋଲି ଦେଇଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ କୋଟିକୋଟି ଟଙ୍କାର ଋଣ ପ୍ରଦାନ କରାଯାଉଛି । ମହିଳାମାନଙ୍କ ବିକାଶ ପାଇଁ ବିଜେପି ପ୍ରତିଶ୍ରୁତି ବଦ୍ଧ ।

ଏହା ମଧ୍ୟ ପଢନ୍ତୁ.. G-୨୦ ସମ୍ମିଳନୀ ପରେ ନବୀନଙ୍କୁ ବିଜେପିର ଟାର୍ଗେଟ, କଂଗ୍ରେସ କହିଲା ଉଭୟ ଭାଇଭାଇ

ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ପାଇଁ କରାଯାଇଥିବା ଯୋଜନା ଉପରେ ଆଲୋକ ପାତ କରିଥିଲେ । ଜିଲ୍ଲାର ବିଜୁ ମହିଳା ଦଳ ସଂଗଠିତ ଅଛି । ଆଗକୁ ନିର୍ବାଚନ ଆସୁଥିବାରୁ ତୃଣମୂଳ ସ୍ତରରେ ଏକଜୁଟ ହୋଇ ଦଳ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ମାନସ ମନ୍ଥନ କାର୍ଯ୍ୟକ୍ରମରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ମହିଳାକର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.