ETV Bharat / state

ଭଗବାନଙ୍କୁ ବେଶି ଭକ୍ତି ନକରି କର୍ମଠ ହୁଅନ୍ତୁ: ବାବା ବଳିଆ

author img

By

Published : Apr 22, 2022, 9:15 AM IST

ସମାଜର ଜନ କଲ୍ୟାଣ ନୀତି ଉପରେ ପଦ୍ମଶ୍ରୀ ବାବା ବଳିଆଙ୍କ ବାର୍ତ୍ତା । ସମାଜରେ ଚାଲିଥିବା କୁପ୍ରଥା ଏବଂ କୁସଂସ୍କାରକୁ ଦୂରେଇବା ପାଇଁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

Be hardworking says padmashree baba balia
ଭଗବାନଙ୍କୁ ବେଶି ଭକ୍ତି ନକରି କର୍ମଠ ହୁଅନ୍ତୁ: ବାବା ବଳିଆ

ଜଗତସିଂହପୁର: ସମାଜର ଜନ କଲ୍ୟାଣ ନୀତି ଉପରେ ପଦ୍ମଶ୍ରୀ ବାବା ବଳିଆଙ୍କ ବାର୍ତ୍ତା । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ପରାହାଟ ଗ୍ରାମ ସ୍ଥିତ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀଙ୍କ ଆଶ୍ରମରେ ଅନୁଷ୍ଠିତ ଧାର୍ମିକ ସଭାରେ ଏହା କହିଛନ୍ତି । ଏହି ଅବସରରେ ସମାଜରେ ଚାଲିଥିବା କୁପ୍ରଥା ଏବଂ କୁସଂସ୍କାରକୁ ଦୂରେଇବା ପାଇଁ ନିବେଦନ କରିଛନ୍ତି ।

ସେହିପରି ଭଗବାନଙ୍କୁ ଅଧିକ ଭକ୍ତି ନକରି କର୍ମ ମାଧ୍ୟମରେ ତାଙ୍କୁ ସ୍ମରଣ କରିବା ପାଇଁ ସେ ଜନମାନସକୁ ପରାମର୍ଶ ଦେଇଛନ୍ତି । ମଣିଷ କର୍ମଠ ହେଲେ ଦେଶରୁ ଦାରିଦ୍ର୍ୟତା ଦୂର ହେବ । ଏହାକୁ ସମସ୍ତେ ଗ୍ରହଣ କରିବା ଉଚିତ୍‌ । ସମାଜରେ ପ୍ରଚଳିତ ହେଉଥିବା ଅନ୍ଧ ବିଶ୍ବାସ, କୁସଂସ୍କାର ଆଦିକୁ ଦୂରେଇବା ନିମନ୍ତେ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲାପରିଷଦ ସଭ୍ୟ ଜଟାଧାରୀ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.