ଜଗତସିଂହପୁର: ପାରାଦ୍ବୀପରେ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ପାରାଦ୍ବୀପର ନେହୁର ବଙ୍ଗଳା, ଷଣ୍ଢକୁଦ, ଖରାନାସି, ନାଲିଆସି, ପୁରୀ ଜିଲ୍ଲାର ଅରଖ କୁଦ ଓ ଗଂଜାମର ଗୋଖରାଗୁଡା ଆଦି ସ୍ଥାନରେ ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ ସମୁଦ୍ର ସୁରକ୍ଷା ଭିତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ତେବେ କୋଷ୍ଟାଲ ସୁରକ୍ଷା ଦିଗରେ ସମୁଦ୍ର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ମତ୍ସଜୀବୀମାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ବିଶେଷକରି କୋଷ୍ଟାଲ ସୁରକ୍ଷା ନିର୍ମାଣ ଦିଗରେ ମତ୍ସଜୀବୀ ନିଷ୍ଠାର ସହ କାର୍ଯ୍ୟ କରୁଥିବା କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ