ଜଗତସିଂହପୁର: ଜିଲ୍ଲା ବାଲିକୁଦା ଅଞ୍ଚଳରେ ଯନ୍ତ୍ରଣାରେ ଛଟପଟ ହେଉଥିଲା ଏକ ବୁଲା କୁକୁର । ତା କଷ୍ଟ ସହି ପରାଲେ ନାହିଁ ପଶୁ ପ୍ରେମୀ ମେନକା ଗାନ୍ଧୀ । ତୁରନ୍ତ କୁକୁର ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ମେନକାଙ୍କ ହସ୍ତକ୍ଷେପ ପରେ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଏକ ଟିମ ଗଠନ କରି ବୁଲା କୁକୁରକୁ ଉଦ୍ଧାର କରାଯାଇ ତାର ଚିକିତ୍ସା କରାଯାଇଛି।
ସୂଚନାଯୋଗ୍ୟ, ଗତ 3ମାସ ତଳେ ଏକ ବୁଲା କୁକୁରର ବେକରେ କେହି ଜଣେ ବ୍ୟକ୍ତି ଏକ ବେଲ୍ଟ ବାନ୍ଧି ଦେଇଥିଲେ। ଫଳରେ ସେଠାରେ ଏକ କ୍ଷତ ସୃଷ୍ଟି ହୋଇଥିଲା । ଧିରେ ଧିରେ କ୍ଷତ ବ୍ୟାପିବାରେ ଲାଗିଥିଲା । କୁକୁରଟିର ଯନ୍ତ୍ରଣା ବଢିବାରେ ଲାଗିଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିଲା କୁକୁର। କୌଣସି ସୂତ୍ରରୁ ଖବର ପାଇ ପଶୁପ୍ରେମୀ ମେନେକ ଗାନ୍ଧୀ ଜଗତସିଂହପୁର ପଶୁ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ପଶୁ ଚିକିତ୍ସା ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ଟିମ ଗଠନ କରି କୁକୁରକୁ ଉଦ୍ଧାର କରିଥିଲେ ।
କୁକୁରର ଆବଶ୍ୟକୀୟ ଚିକିତ୍ସା କରାଇଥିଲେ। ବର୍ତ୍ତମାନ କୁକୁରଟି ସୁସ୍ଥ ଅଛି । ଏହି ଘଟଣାରେ ପଶୁପ୍ରେମୀ ମେନେକା ଗାନ୍ଧୀ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଓ ତାଙ୍କ ଟିମଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର