ETV Bharat / state

ଆନ୍ଧ୍ରରେ ନିର୍ବାଚନ, ପାରାଦ୍ବୀପ ଖାଁ ଖାଁ - Andhra Pradesh election effect in paradeep

ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହାର ପ୍ରଭାବ ଏବେ ପାରାଦ୍ବୀର ବସ୍ତି ଅଞ୍ଚଳରେ ଅନୁଭବ ହୋଇଛି । ଅଧିକ ପଢନ୍ତୁ...

ଆନ୍ଧ୍ରରେ ନିର୍ବାଚନ , ପାରାଦ୍ବୀପ ଖାଁ ଖାଁ
ଆନ୍ଧ୍ରରେ ନିର୍ବାଚନ , ପାରାଦ୍ବୀପ ଖାଁ ଖାଁ
author img

By

Published : Feb 10, 2021, 3:57 PM IST

ଜଗତସିଂହପୁର : ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହାର ପ୍ରଭାବ ଏବେ ପାରାଦ୍ବୀର ବସ୍ତି ଅଞ୍ଚଳରେ ଅନୁଭବ ହୋଇଛି । ଷଣ୍ଢକୁଦ, ନୂଆବଜାର ଓ ନେହେରୁବଙ୍ଗଳା ଅଞ୍ଚଳ ଗୁଡ଼ିକ ଏବେ ଖାଁ ଖାଁ। ପ୍ରତ୍ୟେକଙ୍କ ଘରେ ପଡିଛି ତାଲା। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏଠାକାର ସରକାରୀ ସୁବିଧା ସୁଯୋଗ ପାଉଥିବା ବସ୍ତି ବାସିନ୍ଦା ଆନ୍ଧ୍ର ନିର୍ବାଚନରେ ସାଜିଛନ୍ତି ଟର୍ନିଙ୍ଗ ପଏଣ୍ଟ। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଭାଗ ନେବାକୁ ସ୍ବତନ୍ତ୍ର ବସ ଯୋଗେ ଏମାନେ ଗତ ଦୁଇ ତିନି ଦିନ ହେବ ଏଠାରୁ ଚାଲି ଯାଇଥିବା ଜଣାପ଼ଡିଛି । ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ପାରାଦ୍ବୀପର ବସ୍ତି ଅଞ୍ଚଳରେ ରହୁଥିବା ଆନ୍ଧ୍ର ବାସିନ୍ଦା ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଉପଭୋଗ କରୁଥିବାବେଳେ ସେମାନେ କିପରି ଆନ୍ଧ୍ର ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଗଲେ ତାକୁ ନେଇ ସାଧାରଣାରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।

ଆନ୍ଧ୍ରରେ ନିର୍ବାଚନ , ପାରାଦ୍ବୀପ ଖାଁ ଖାଁ

ଏମାନେ ଏଠାକାର ଆଧାର କାର୍ଡ଼ ଓ ଭୋଟର ପରିଚୟ ପତ୍ର ହାସଲ କରି ଓଡ଼ିଶାର ସମସ୍ତ ସରକାରୀ ସୁବିଧା ହାସଲ କରୁଥିବା ବେଳେ, ଆନ୍ଧ୍ରପ୍ରଦେଶର ଭୋଟର ତାଲିକା ମଧ୍ୟ ଏମାନଙ୍କର ନାମ ରହିଛି। ଫଳରେ ଦୁଇଟି ରାଜ୍ୟର ସରକାରୀ ସୁବିଧା ହାସଲ କରୁଛନ୍ତି ଏହି ବସ୍ତିବାସିନ୍ଦା। ଏପରିକି ଉଭୟ ରାଜ୍ୟରେ ନିଜର ରାଜନୈତିକ ପତିଆରା ମଧ୍ୟ ଜାହିର କରୁଛନ୍ତି ଏମାନେ। ପାରାଦ୍ବୀପର ଷଣ୍ଢକୁଦ, ନୂଆବଜାର ଓ ନେହେରୁବଙ୍ଗଳା ଅଞ୍ଚଳରେ ରହୁଥିବା ୧୦ ହଜାରରୁ ଉର୍ଦ୍ଧ୍ଵ ତେଲୁଗୁ ସମ୍ପ୍ରଦାୟର ଲୋକେ ଏବେ ଆନ୍ଧ୍ରପ୍ରଦେଶ ନିର୍ବାଚନରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ଜଣାଯାଏ ।

ବିଶେଷକରି ପୌର ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ରହିଥାଏ ଏମାନଙ୍କ ଭୋଟ। ପାରାଦ୍ବୀପ ମାଛଧରା ବନ୍ଦର ଓ ସମୁଦ୍ରରେ ମାଛ ମାରି ଜୀବିକାନିର୍ବାହ କରୁଥିବା ଏହି ତେଲୁଗୁ ସମ୍ପ୍ରଦାୟ, ସ୍ଥାନୀୟ ଅଞ୍ଚଳର ସରକାରୀ ଜାଗାକୁ ଅକ୍ତିଆର କରିବା ସହିତ ଓଡ଼ିଶା ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାତେଇଛନ୍ତି । ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାର ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧାସୁଯୋଗ ସେମାନଙ୍କୁ ବନ୍ଦ କରିବାକୁ ଦାବିହେବା ଆରମ୍ଭ ହୋଇଛି ।

ଜଗତସିଂହପୁରରୁ ଶୁସାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.