ଜଗତସିଂହପୁର: ବାଲିକୁଦା ଅଞ୍ଚଳରେ ପୁଣି ବଧୂହତ୍ୟା ଅଭିଯୋଗ । ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ନବବିବାହିତାଙ୍କ ମୃତ୍ୟୁ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବାବେଳେ ଅଭିଯୋଗ ଆଧାରରେ ମୃତ ନବବଧୂଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ବାଲିକୁଦା ଥାନା ପୋଲିସ ।
ଝିଅର ପରିବାର କରିଥିବା ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ମାସ 21ରେ ବାଲିକୁଦା ଥାନା ଅନ୍ତର୍ଗତ ପଟସରା ଗାଁର ଅରବିନ୍ଦ ସାବତଙ୍କ ଝିଅ ଅନିତା ସାବତ ଚଅଂରପୁର ଗ୍ରାମ ବନବିହାରୀ ଜେନାକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବର ପକ୍ଷରୁ ଦାବି ମୁତାବକ ନଗଦ ୫ଲକ୍ଷ ଟଙ୍କା, ସୁନା ଅଳଙ୍କାର ସହ ଆଉ ପାଞ୍ଚ ଲକ୍ଷ ଟଙ୍କାର ଆସବାସପତ୍ର ଯୌତୁକ ଆକାରରେ ଦେଇଥିଲେ। ଅଧିକ ଯୌତୁକ ୨ ଲକ୍ଷ ଟଙ୍କା ଆଣିବା ପାଇଁ ବର ଘର ପକ୍ଷରୁ ନବ ବଧୂକୁ ଚାପ ପକାଉଥିଲେ। ଏପରିକି ଜ୍ୱାଇଁ ଚନ୍ଦନ ଶେଖର ଜେନା, ଶାଶୁ, ଶ୍ଵଶୁର, ନଣନ୍ଦ, ନଣଦେଇ, ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାଡ଼ ମାରୁଥିବା ସୁନିତା ତାଙ୍କ ବାପାଙ୍କୁ ଜଣାଇଥିଲେ । ଏ ସଂକ୍ରାନ୍ତରେ ଦୁଇ ଥର ବାପ ଘର ପକ୍ଷରୁ ଭଦ୍ର ଲୋକ ବସି ସମସ୍ୟାର ସମାଧାନ କରିଥିଲେ ।
ତେବେ ଆଜି ହଠାତ ସୁନିତାଙ୍କ ମୃତଦେହ ଠାବ ହୋଇଥିଲା । ଯୌତୁକ ନିର୍ଯାତନା କାରଣରୁ ସୁନିତାଙ୍କୁ ଶାଶୁ ଘର ଲୋକ ତାଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପଘର । ଏ ସମ୍ପର୍କରେ ବାଲିକୁଦା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କରି ଜ୍ୱାଇଁ ଚନ୍ଦନଶେଖରକୁ ଅଟକ ରଖି ପଚରାଉଚରା କରୁଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ