ଜଗତସିଂହପୁର: ପାରାଦ୍ୱୀପ ଅଏଲ ରିଫାଇନାରୀ ସମୁଖରେ ଆଜି(ଶୁକ୍ରବାର) AITUC ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଦି ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ନହୁଏ ତେବେ IOCLକୁ ସମ୍ପୁର୍ଣ୍ଣ ଅଚଳ କରିଦେବାକୁ ଧମକ ଦେଇଛି ଏହି ସଂଘଠନ । AITUCର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି ଯେ, ଆଇଓସିଏଲ ପ୍ରତିଷ୍ଠା ସମୟରେ ବଗଦିଆ ଠାରୁ ଆରମ୍ଭ କରି ଗୋପୀନାଥପୁର ପର୍ଯ୍ୟନ୍ତ ଅନେକ ଲୋକ ନିଜର ଭିଟାମାଟି କମ୍ପାନୀକୁ ଦେଇଥିଲେ । ସେ ସମୟରେ କମ୍ପାନୀ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଶାଗମାଛ ଦରରେ ଜମି ନେଇଥିଲା । କିନ୍ତୁ, ବର୍ତ୍ତମାନ ରାଜ୍ୟ ବାହାରର ଲୋକଙ୍କୁ କମ୍ପାନୀ ନିଯୁକ୍ତି ଦେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରାଯାଉଛି ।
ଫଳରେ ସ୍ଥାନୀୟ ଲୋକେ ନିଜର ଜୀବନ ଜୀବିକା ପାଇଁ ଅନେକ ଶିକ୍ଷିତ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସୁରକ୍ଷା କିଟ, କାମ କରିବାର ସମୟ ସୀମା 12 ଘଣ୍ଟା ପରିବର୍ତ୍ତେ 8 କରିବାକୁ ଦାବି କରାଯାଇଛି । ଆଜି ଏହି ଦାବିକୁ ଆଇଓସିଏଲ କତ୍ତୃପକ୍ଷ ଗ୍ରହଣ ନକରନ୍ତି ତେବେ ଅଗାମୀ ଦିନରେ କମ୍ପାନୀକୁ ସମ୍ପୂର୍ଣ୍ଣ ଅଚଳ କରିଦିଆଯିବାକୁ AITUC ଧମକ ଦେଇଛି ।
ଇଟିଭି ଭାରତ, ଜଗତସିଂହପୁର