ଜଗତସିଂହପୁର: ରବିଋତୁ ପାଇଁ କୃଷି କାର୍ଯ୍ୟ ନିର୍ଧାରଣ ବୈଠକ । ଜଗତସିଂହପୁର ଜିଲ୍ଲା କୃଷି କାର୍ଯ୍ୟ ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଆଗାମୀ ରବିଋତୁରେ 99,500 ହେକ୍ଟର ଜମିରେ ରବିଚାଷ ପାଇଁ ନିଷ୍ପତ୍ତି ହୋଇଛି ।
ରବି ଫସଲ ପାଇଁ ମାଟିର ଆଦ୍ରତାକୁ ଦୃଷ୍ଟିରେ ରଖି 1570 ହେକ୍ଟର ଧାନ ଚାଷ, ମକା 110 ହେକ୍ଟର, ମୁଗ 46,440 ହେକ୍ଟର, ବିରି 15,210 ହେକ୍ଟର, କୋଳଥ,19,05 ହେକ୍ଟର, କରାଯିବା ପାଇଁ ଲକ୍ଷ ରଖାଯାଇଥିବା ବେଳେ ଡାଲି ଜାତୀୟ ଫସଲ ପାଇଁ 64,025 ହେକ୍ଟର, ତୈଳବୀଜ ପାଇଁ 3360 ହେକ୍ଟର, ପନି ପରିବା ପାଇଁ 26,525,ହେକ୍ଟର, ମସଲା ଜାତୀୟ ଚାଷ ପାଇଁ 3110 ହେକ୍ଟର, ଆଖୁ ଚାଷ ପାଇଁ 800 ହେକ୍ଟର, ବାଦାମ ଚାଷ ପାଇଁ 2400 ହେକ୍ଟର, ସୋରିଷ ପାଇଁ 680 ହେକ୍ଟର, ସୂର୍ଯ୍ୟମୁଖୀ ଚାଷ ପାଇଁ 210 ହେକ୍ଟର ଲକ୍ଷ୍ୟ ରଖାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ