ETV Bharat / state

ହଟିଲା କଟକଣା; ଦୁଇମାସ ପରେ ଖୋଲିଲା ମାଛଧରା ବନ୍ଦର - fishery

ଦୁଇମାସ ପରେ ପୁଣି ପାରାଦ୍ବୀପ ବନ୍ଦର ସମୁଦ୍ରରେ ମାଛ ଧରିବା ଆରମ୍ଭ କରିଛନ୍ତି ମତ୍ସଜୀବୀ । ଏନେଇ ମତ୍ସଜୀବୀଙ୍କ ମଧ୍ୟରେ ଖୁସିରେ ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ...

ଦୁଇମାସ ପରେ ଖୋଲିଲା ମାଛଧରା ବନ୍ଦର
ଦୁଇମାସ ପରେ ଖୋଲିଲା ମାଛଧରା ବନ୍ଦର
author img

By

Published : Jun 30, 2021, 9:01 AM IST

ପାରାଦ୍ବୀପ: ମତ୍ସଜୀବୀଙ୍କ ପାଇଁ ଖୁସି ଖବର । ସରକାରୀ କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ପଡିଥିବା ମାଛ ବନ୍ଦର ଏବେ ଚଳଚଞ୍ଚଳ ହୋଇଛି । ଦୁଇମାସ ପରେ ପୁଣି ପାରାଦ୍ବୀପ ବନ୍ଦର ସମୁଦ୍ରରେ ମାଛ ଧରିବା ଆରମ୍ଭ କରିଛନ୍ତି ମତ୍ସଜୀବୀ ।

ଦୁଇମାସ ପରେ ଖୋଲିଲା ମାଛଧରା ବନ୍ଦର

ପ୍ରତିବର୍ଷ ଏପ୍ରିଲ 15ରୁ ଜୁନ 14 ତାରିଖ ପର୍ଯ୍ୟନ୍ତ ମାଛବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଥାଏ । ତେବେ ଚଳିତବର୍ଷ ଦୁଇମାସର ଅବଧି ଶେଷ ହେବା ପରେ ଜୁନ୍ ୧୫ରୁ ମାଛ ଧରିବା ପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବା ପାଇଁ ବାହାରିଛନ୍ତି । ଏନେଇ ସହରର ନେହେରୁ ବଙ୍ଗଳାରେ ଥିବା ମାଛଧରା ବନ୍ଦର ଏବେ ଚଳଚଞ୍ଚଳ ହୋଇ ଉଠିଛି । ମତ୍ସ୍ୟଜୀବୀମାନେ ଦୁଇ ମାସ ଘରେ ବସିବା ପରେ ଏବେ ମତ୍ସ୍ୟଜୀବୀ ମାନଙ୍କ ମୁହଁରେ ହସ ଫୁଟିଛି । କୋରୋନା ପ୍ରଭାବିତ ହୋଇଥିବା ୫୦ହଜାରରୁ ଉର୍ଦ୍ଧ୍ବ ମତ୍ସଜୀବୀ ଉପକୃତ ହୋଇପାରିବେ ।

କୋରୋନା କଟକଣା ପାଇଁ ଗାଡି ଚଳାଚଳ ବନ୍ଦ ଥିବାରୁ ଅନେକ ମତ୍ସଜୀବୀ ବନ୍ଦର ଆସିପାରନ୍ତି ନାହିଁ । ଫଳରେ ମାଛ ବେପାର ମଧ୍ୟ ଠପ ହୋଯାଇଥିଲା । କଟକଣା ହଟିବା ପରେ ପୂର୍ବ ପରି ସେମାନେ ପୁଣି ମାଛ ଧରିବାକୁ ସମୁଦ୍ରକୁ ଯାଇଛନ୍ତି । ଟ୍ରଲରଗୁଡିକ ସମୁଦ୍ରକୁ ମାଛ ମାରିବା ପାଇଁ ଯିବା ପୂର୍ବରୁ ବରୁଣ ଦେବତାଙ୍କୁ ପୂଜା କରାଯାଇଛି । ଏବର୍ଷ ସମୁଦ୍ରରେ ଭଲ ମାଛ ହେବ ବୋଲି ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ମାନେ ଆଶା ରଖିଛନ୍ତି ।

ଅନ୍ୟପଟେ ମତ୍ସ୍ୟ ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ୫୦ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀମାନେ ମାଛ ବ୍ୟବସାୟକୁ ନେଇ ଆଶା ଆଉ ଆଶଙ୍କାରେ ରହିଥିବା ବେଳେ ସରକାର ମତ୍ସ୍ୟଶିଳ୍ପ ଉପରେ ଦୃଷ୍ଟି ଦେବା ପାଇଁ ଦାବି ହେଉଛି । ଧୀରେ ଧୀରେ ବୁଡି ଯାଉଥିବା ମତ୍ସ୍ୟ ଶିଳ୍ପକୁ ବଞ୍ଚାଇବାକୁ ସରକାର ଡିଜେଲ ତୈଳର ସବସିଡ୍ ଓ ମାଛ ରପ୍ତାନୀ ଉପରେ ଦୃଷ୍ଟି ଦେବା ପାଇଁ 'ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ' ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.