ETV Bharat / state

ଆଈକୁ ହତ୍ୟା କଲା ‘ଫେରାର କଏଦୀ’ ନାତି

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗଦେଇ ଗିରୀ ଗାଁରେ ଆଈକୁ ହତ୍ୟା କଲା ନାତି । ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

author img

By

Published : Aug 16, 2023, 4:45 PM IST

Updated : Aug 16, 2023, 9:24 PM IST

ଆଈକୁ ହତ୍ୟା କଲା ନାତି
ଆଈକୁ ହତ୍ୟା କଲା ନାତି
ଆଈକୁ ହତ୍ୟା କଲା ନାତି

ଜଗତସିଂହପୁର: ଆଈକୁ ହତ୍ୟା କଲା ନାତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଗଦେଇ ଗିରୀ ଗାଁରେ ଫେରାର କଏଦୀର ନାରକୀୟ କାଣ୍ଡ । ପ୍ରେମ ଜନିତ ଘଟଣାକୁ କେନ୍ଦ୍ର କରି ଆଈକୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ମୃତ ମହିଳାଙ୍କ ନାମ ସଖିଲତା ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ, ନିଜ ଆଈକୁ ଆକ୍ରମଣ କରିବା ସମୟରେ ଏହାକୁ ବିରୋଧ କରିବାରୁ ସନ୍ଧ୍ୟାରାଣୀ ଦାସ ଓ ପଡୋଶୀ ହେମଲତା ଦାସଙ୍କୁ ମଧ୍ୟ ଅଭିଯୁକ୍ତ ମରଣାନ୍ତକ ଆକ୍ରମଣ କରିଥିଲା । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତ ଜୀବନଜ୍ୟୋତି ସାହୁ ଓରଫ ସମୀରକୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ- ସୈତାନ ସାଜିଲା ମାଆ; ୨୦ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣିଲା, ୪ବର୍ଷ ପୂର୍ବେ ଝିଅକୁ ହତ୍ୟା କରିଥିଲା

ଏହା ମଧ୍ୟ ପଢନ୍ତୁ- ସିଗାରେଟ୍ ପିଉଥିଲେ ଜୁନିୟର; ଅଭିଯୋଗ କରିବାରୁ ଯୁକ୍ତ ଦୁଇ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ପ୍ରକାଶ ଥାଉକି, ଅଭିଯୁକ୍ତ ସମୀର ସାହୁ ଗତ 2022 ମସିହାରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ପ୍ରେମ କରି ଘରୁ ଉଠାଇ ନେଇ ଯିବା ସହ କିଛି ଦିନ ପରେ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲା । ଏହି ଘଟଣାରେ ବାଲିକୁଦା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଗତସିଂହପୁର ଉପକାରାଗାରରେ ତାକୁ ରଖାଯାଇଥିଲା । ହେଲେ କୌଶଳ କ୍ରମେ କାରାଗାରରୁ ସମୀର ଫେରାର ହୋଇ ଯାଇଥିଲା । ସେହି ଦିନରୁ ସେ କେଉଁ ଆଡେ ଲୁଚିକରି ରହିଥିବା ବେଳେ ଆଜି ସକାଳୁ ହଟାତ ଘରକୁ ଆସି ଏକ ଭୁଜାଲିରେ ନିଜ ଆଈ ମାଆ କୁ ହାଣି ମୁଣ୍ଡ ଅଲଗା କରି ଦେଇଥିଲା । ଏଥି ସହ ସମ୍ପୃକ୍ତ ଯୁବତୀଙ୍କର ମାଆ ଓ ଅନ୍ୟ ଦୁଇ ଜଣଙ୍କୁ ହାଣି ଗୁରୁତର କରିଥିବା ଜଣାପଡିଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ କାବୁ କରି ଅଟକ ରଖିଛି ।

ପ୍ରକାଶ ଥାଉକି, ଗତ ଶୁକ୍ରବାର ଭୁବନେଶ୍ବରର ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକଟ କରିଛି ଚାଇଲ୍ଡ ଲାଇନ । ନିଜଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ଚାଇଲ୍ଡ ଲାଇନ । ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 16, 2023, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.