ETV Bharat / state

ପାରାଦୀପ ପୋର୍ଟ ନିଷେଧାଞ୍ଚଳ ଭିତରେ ଦୁର୍ଘଟଣା - ଜଗତସିଂହପୁର ଦୁର୍ଘଟଣା

ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳରେ କାରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଓଏସଏଲ କର୍ମଚାରୀ ।

Accidents within the Paradip Port Prohibition Area
ପାରାଦୀପ ପୋର୍ଟ ନିଷେଧାଞ୍ଚଳ ଭିତରେ ଦୁର୍ଘଟଣା
author img

By

Published : Feb 2, 2021, 11:02 PM IST

ଜଗତସିଂହପୁର: ପାରାଦୀପ ବନ୍ଦର ନିଷେଧାଞ୍ଚଳରେ କାରକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ଓଏସଏଲ କର୍ମଚାରୀ। ଆଜି(ମଙ୍ଗଳବାର) ସନ୍ଧ୍ୟା ଓଏସଏଲ କର୍ମଚାରୀ ଏକ କାର ଯୋଗେ ବନ୍ଦର ନିଷେଧାଞ୍ଚଳରେ ଥିବା ଡଗ କ୍ୟାଣ୍ଟିନ ନିକଟକୁ ଯାଉଥିଲେ। ଏହି ସମୟରେ ଏକ କୋଇଲା ପରିବହନ ଟ୍ରକ ଓଏସଏଲ କର୍ମଚାରୀଙ୍କ କାରକୁ ଧକ୍କା ଦେଇଥିଲା।

ପାରାଦୀପ ପୋର୍ଟ ନିଷେଧାଞ୍ଚଳ ଭିତରେ ଦୁର୍ଘଟଣା

ଏହି ଦୁର୍ଘଟଣାରେ କାର ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଓଏସଏଲ କର୍ମଚାରୀ ବର୍ତ୍ତି ଯାଇଛନ୍ତି। ଆହତ ଡ୍ରାଇଭରଙ୍କୁ ପାରାଦୀପ ବନ୍ଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପାରାଦୀପ ପକ୍ଷରୁ ପୋଲିସ ଜିମା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଟ୍ରକ ଚାଳକ ସଚେତନ ହେବାର ନାଁ ଧରୁନଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି ଓଏସଏଲ କର୍ମଚାରୀ। ପୋଲିସ ଏନେଇ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହାରି ଉପରେ ସଭିଙ୍କ ନଜର ରହିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.