ETV Bharat / state

Road Accident: ବାଇକକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ଜଣଙ୍କ ମୃତ୍ୟ - ଜଗତସିଂହପୁର ପାରାଦ୍ୱୀପ ମର୍ମନ୍ତୁଦ ଦୁର୍ଘଟଣା

ଜଗତସିଂହପୁର ପାରାଦ୍ୱୀପ ତାରିଣୀ ଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ପିଟିଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ । ଅଧିକ ପଢ଼ନ୍ତୁ

ଜଗତସିଂହପୁର ପାରାଦ୍ୱୀପ ତାରିଣୀ ଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

author img

By

Published : May 17, 2023, 9:46 PM IST

ଜଗତସିଂହପୁର ପାରାଦ୍ୱୀପ ତାରିଣୀ ଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

ଜଗତସିଂହପୁର: ଜଗତସିଂହପୁର ପାରାଦ୍ୱୀପ ତାରିଣୀ ଗଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ବାଇକକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ । ପୋଲିସ ସୂଚନା ଅନୁସାରେ ଆଜି ଦିନ1ଟା ସମୟରେ ଏକ ଟ୍ରକ, ଅତି ଦ୍ରୁତ ଗତିରେ ରାସ୍ତାକଡରେ ଠିଆ ହୋଇଥିବା ଜଣେ ବାଇକ ଅରୋହିଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ ଆରୋହି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଥିଲେ ।

ଅଧିକ ପଢ଼ନ୍ତୁ:12 ଜିଲ୍ଲାକୁ କାଳବୈଶାଖୀ ବର୍ଷା ୟେଲୋ ଓ୍ବାର୍ଣ୍ଣିଂ

ଟ୍ରକଟି ଭାରସାମ୍ୟ ହରାଇ ଏତେ ଜୋରରେ ଧକ୍କା ଦେଇଥିଲା ଯେ ବାଇକ ଅରୋହିଙ୍କ ଶରୀର ସମ୍ପୂର୍ଣ୍ଣ ଦଳି ହୋଇ ଯାଇଥିଲା । ଏହି ଘଟଣା ପରେ ଟ୍ରକ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାଇ ହୋଇ ଯାଇଥିଲା । ମୃତକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ସରବା ହାତୀ । ସେ ପାରାଦ୍ୱୀପ ରେ ରହି ଟ୍ରକ ମ୍ୟାନେଜର ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ସେ ନିଜକାମ ସାରି ମଧ୍ୟାହ୍ନ ଭୋଜନ କରିବା ପାଇଁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ସାଧାରଣରେ ଆସନ୍ତୋଷ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପାରାଦ୍ବୀପ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ: କୀର୍ତ୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୀନାକ୍ଷୀ, ବୁଲିଲେ ଉଦୟଗିରି ଓ ଗାନ୍ଧୀ ଶାନ୍ତିସ୍ଥଳୀ

ଖବର ପାଇ ପାରାଦ୍ବୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ମୃତ ଦେହକୁ ଉଦ୍ଧାର କରିଥିଲେ । ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ସ୍ଥାନୀୟ ଲୋକେ ଦିନବେଳେ ଭାରିଜାନ ଉପରେ କଟକଣା ଜାରି କରିବାକୁ ପୋଲିସକୁ ନିବେଦନ କରିଛନ୍ତି । ପାରାଦ୍ବୀପରେ ଟ୍ରକ ଧକ୍କାରେ ପ୍ରତେକ ଦିନ କାହାର ନାଁ କାହାର ଜୀବନ ଯାଉଛି । ଏଥିପ୍ରତି ପୋଲିସ ହୁଅନ୍ତୁ କିମ୍ବା ପ୍ରଶାସନ କେହି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ଦିନ ବେଳା ଭାରିଜାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ବଢୁଛିଥିବା ସ୍ଥାନୀୟ ଲୋକେ ଆଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକ ଅଭିଯୋଗ କରିବା ପରେ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.