ETV Bharat / state

ଟ୍ରେନରେ କଟି ହରିଣ ମୃତ - deer died by accident

କଟକ-ପାରାଦ୍ୱୀପକୁ ସଂଯୋଗ କରୁଥିବା ରେଳ ଲାଇନର ସାଲିଜଙ୍ଗା ନିକଟରେ ଟ୍ରେନ ଧକ୍କାରେ ଏକ ହରିଣର ମୃତ୍ୟୁ । ଅଧିକ ପଢନ୍ତୁ...

ଟ୍ରେନରେ କଟି ହରିଣ ମୃତ
ଟ୍ରେନରେ କଟି ହରିଣ ମୃତ
author img

By

Published : Mar 25, 2021, 6:47 PM IST

ଜଗତସିଂହପୁର: କଟକ-ପାରାଦ୍ୱୀପକୁ ସଂଯୋଗ କରୁଥିବା ରେଳ ଲାଇନର ସାଲିଜଙ୍ଗା ନିକଟରେ ଟ୍ରେନ ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ସ୍ଥାନୀୟ ଜଙ୍ଗଲରୁ ପାଣି ଅନ୍ୱେଷଣରେ ତୁଷାର୍ତ୍ତ ହରିଣମାନେ ଜନବସତି ଆଡକୁ ଅଗ୍ରସର ହେଉଛନ୍ତି । ଫଳରେ କେତେକ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡି ପ୍ରାଣ ହରାଉଥିବାବେଳେ ଅନ୍ୟ କେତେକ ଟ୍ରେନ ସହ ଧକ୍କା ହୋଇ ଜୀବନ ଯାଉଛି । ଏହି ସମାନ କାରଣରୁ ଟ୍ରେନ ଧକ୍କାରେ ସମ୍ପୃକ୍ତ ହରିଣଟିର ମଧ୍ୟ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ଟ୍ରେନରେ କଟି ହରିଣ ମୃତ

ଗତ ଜାନୁୟାରୀ ମାସଠାରୁ ଆଜି ପର୍ଯ୍ୟନ୍ତ ଟ୍ରେନ ଲାଇନରେ କଟି 20ରୁ ଅଧିକ ହରିଣଙ୍କ ମୃତ୍ୟୁ ଘଟିଲାଣି । ଯାହାକୁ ନେଇ ପଶୁପ୍ରେମୀମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରେ ପାଣିର ବ୍ୟବସ୍ଥା କରାଯାଉ ନଥିବାରୁ ବିଭିନ୍ନ ସମୟରେ ହରିଣଗୁଡିକ ବାହାରକୁ ପଳାଇ ଆସୁଛନ୍ତି । ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଜଙ୍ଗଲ ମଧ୍ୟରେ ପାଣିର ସଙ୍କଟ ଦେଖାଦେଇଛି । ଏଣୁ ବନ ବିଭାଗ ପକ୍ଷରୁ ତୁରନ୍ତ ବନ୍ୟଜନ୍ତୁଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.