ETV Bharat / state

ଜଗତସିଂହପୁରରେ ଖୋଲିବ 450 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର

କୋରୋନା ସଂକ୍ରମଣର ତୃତୀୟ ଷ୍ଟେଜ୍‌କୁ ଦୁଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ 450 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଅଧିକ ପଢନ୍ତୁ...

author img

By

Published : Mar 25, 2020, 8:11 AM IST

Updated : Mar 25, 2020, 8:33 AM IST

ଜଗତସିଂହପୁରରେ ଖୋଲିବ 450 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର
ଜଗତସିଂହପୁରରେ ଖୋଲିବ 450 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର

ଜଗତସିଂହପୁର: କୋରୋନା ସଂକ୍ରମଣର ତୃତୀୟ ଷ୍ଟେଜ୍‌କୁ ଦୁଷ୍ଟିରେ ରଖି 450 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ପାରାଦ୍ବୀପ ଯାତ୍ରୀ ନିବାସ, କଲ୍ୟାଣ ମଣ୍ଡପ, ନାଉଙ୍ଗା ପଲିଟେକ୍ନିକ, ଜଗତସିଂହପୁର ସାରଦା ମଣ୍ଡପ, ଏସଭିଏମ କଲେଜ ଓ ଆଦିକବି ଶାରଳା ଦାସ କଲେଜରେ ଏହି ଆଇସୋଲେସନ ସେଣ୍ଟର ଖୋଲାଯିବ ।

ସେହିପରି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଇଫ୍କୋ କାରଖାନାକୁ ବନ୍ଦ କରି ଦିଆଯାଇଥିବା ବେଳେ ପିପିଏଲ, ଆଇଓସିଏଲ ଓ ପାରାଦୀପ ପୋର୍ଟର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଦିଆଯାଇଛି। ଲକଡାଉନକୁ କଡାକଡି କରାଯିବାକୁ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପିଡ଼ିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଜିଲ୍ଲା 8ଟି ବ୍ଲକର 198ଟି ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବା ସହିତ 8 ହଜାର ଶହେ 86ଟି ଶଯ୍ୟା ବିଶିଷ୍ଟ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 25, 2020, 8:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.