ETV Bharat / state

ଜଗତସିଂହପୁରରେ କୋରୋନା ନେଲା ଆଉ ଏକ ମୁଣ୍ଡ, ଆଜି 86 ଆକ୍ରାନ୍ତ

author img

By

Published : Oct 17, 2020, 10:44 PM IST

ଜଗତସିଂହପୁରରେ କୋରୋନାର କରାଳ ରୂପ । ଶନିବାର ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ ମୃତକ ସଂଖ୍ୟା 18ରେ ପହଞ୍ଚିଥିଲା ବେଳେ ମୋଟ ଆକ୍ରାନ୍ତ 86 ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଜଗତସିଂହପୁରରେ କରୋନା ନେଲା ଆଉ ଏକ ମୁଣ୍ଡ, ଆଜି 86 ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର: ଜିଲ୍ଲାରେ ଆଜି (ଶନିବାର) କୋରୋନା ନେଇଛି ପୁଣି ଏକ ମୁଣ୍ଡ । ମୃତକ ଜଣଙ୍କ ଜଗତସିଂହପୁର ସଦର ବ୍ଲକର 79 ବର୍ଷୀୟ ବ୍ୟକ୍ତି । ସେ ପୂର୍ବରୁ ଅନ୍ୟ ରୋଗରେ ପୀଡିତ ଥିଲା ବେଳେ କରୋନା ଆକ୍ରନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ସମୟରେ ପ୍ରାଣ ହରାଇଛନ୍ତି ।

ତେବେ ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 18 କୁ ବୃଦ୍ଧି ପାଇଛି । ସେହିପରି ଜିଲ୍ଲାରେ ଆଜି 86 ଜଣ କୋରୋନା ପଜେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ବାଲିକୁଦା ରୁ 5, ବିରିଡ଼ି ରୁ 10, ଏରସମା ରୁ 8, କୁଜଙ୍ଗରୁ 11, ନାଉଗାଁରୁ 10, ତିର୍ତ୍ତୋଲରୁ13, ରଘୁନାଥପୁର ରୁ 6, ଜଗତସିଂହପୁରରୁ 14, ଜଗତସିଂହପୁର ସହର ରୁ 6 ଓ ପାରାଦୀପ ରୁ 3 ଚିହ୍ନଟ ହୋଇଛନ୍ତି ।

ଏଥିସହ ଜିଲ୍ଲାରେ ଆକ୍ରନ୍ତଙ୍କ ସଂଖ୍ୟା 5772ରେ ପହଞ୍ଚିଛି । ଏବେ ସୁଦ୍ଧା 5772 ଜଣ ସୁସ୍ଥ ହୋଇ ସାରିଥିବା ବେଳେ 732 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.