ETV Bharat / state

ମହାନଦୀ ମୁହାଁଣରେ ବୁଡ଼ିଲା ଡଙ୍ଗା, ୫ ମତ୍ସ୍ୟଜୀବୀ ଉଦ୍ଧାର - ମହାନଦୀ ମୁହାଣରେ ଅଘଟଣ

ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ମହାନଦୀ ମୁହାଁଣରେ ବୁଡିଲା ଡଙ୍ଗା
ମହାନଦୀ ମୁହାଁଣରେ ବୁଡିଲା ଡଙ୍ଗା
author img

By

Published : Sep 23, 2022, 4:06 PM IST

Updated : Sep 23, 2022, 4:15 PM IST

ପାରାଦ୍ଵୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ଜଣ ମତ୍ସ୍ୟଜୀବୀ । ସେମାନଙ୍କୁ ଅନ୍ୟ ଏକ ବୋଟ୍ ଦ୍ବାରା ଉଦ୍ଧାର କରାଯାଇଛି । ମାତ୍ର ବୋଟ୍ ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ମଧ୍ୟ ସମୁଦ୍ରରେ ବୁଡି ଯାଇଛି । ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରି କୂଳକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିବାର ସୂଚନା ମିଳିଛି ।

ମହାନଦୀ ମୁହାଁଣରେ ବୁଡିଲା ଡଙ୍ଗା

ତେବେ ସୂଚନା ଅନୁଯାୟୀ, ଗତକାଲି ବାଲି ପ୍ଲଟର ଏକ ଡଙ୍ଗାରେ ୫ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । ତେବେ ମାଛ ମାରି କୂଳକୁ ଫେରୁଥିବାବେଳେ, ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ଥିବାରୁ ଉଚ୍ଚ ଢେଉ ମାଡ଼ରେ ଡଙ୍ଗାଟି ଓଲଟି ପଡିଥିଲା । ଫଳରେ ଡଙ୍ଗାରେ ଥିବା ମାଛ ଓ ଲକ୍ଷାଧିକ ଟଙ୍କାର ଜାଲ ସମୁଦ୍ରରେ ଭାସିଯାଇଛି । ତେବେ ଉକ୍ତ ଡଙ୍ଗା ପଛରେ ଆସୁଥିବା ଅନ୍ୟ ଡଙ୍ଗା ସାହାଯ୍ୟରେ ସମସ୍ତ ୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Sep 23, 2022, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.