ETV Bharat / state

ଜଗତସିଂହପୁରରେ 5 କୋରୋନା ଯୋଦ୍ଧାଙ୍କୁ କୋରୋନା

author img

By

Published : Oct 5, 2020, 10:22 PM IST

ଜଗତସିଂହପୁର ଜିଲ୍ଲାରେ ଆଜି ମୋଟ 45 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 5ଜଣ କୋରୋନା ଯୋଦ୍ଧା ରହିଛନ୍ତି ।

corona
କୋରୋନା ଯୋଦ୍ଧାଙ୍କୁ କୋରୋନା

ଜଗତସିଂହପୁର: ଆଜି(ସୋମବାର) ଜଗତସିଂହପୁର ଜିଲ୍ଲାରେ କୋରୋନା ପଜେଟିଭଙ୍କ ସଂଖ୍ୟା ହ୍ରାସ ପାଉଛି। ଜିଲ୍ଲାରେ ଆଜି ମୋଟ 45 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 5ଜଣ କୋରୋନା ଯୋଦ୍ଧା ରହିଛନ୍ତି ।

କୋରୋନା ଯୋଦ୍ଧାଙ୍କୁ କୋରୋନା

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦାରୁ 3, ବିରିଡିରୁ 2, ନାଉଗାଁରୁ 3, ତିର୍ତ୍ତୋଲରୁ 2, ରଘୁନାଥପୁରରୁ 6, ଜଗତସିଂହପୁର ବ୍ଲକରୁ 11, ଜଗତସିଂହପୁର ସହରରୁ 5, ପାରାଦୀପ ସହରରୁ 12 ଓ ଅନ୍ୟ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଏରସମା ଓ କୁଜଙ୍ଗ ବ୍ଲକରୁ କେହି ଚିହ୍ନଟ ହୋଇ ନଥିବା ଦେଖିବାକୁ ମିଳିଛି। 45 ଜଣ ପଜେଟିଭଙ୍କ ମଧ୍ୟରେ ପାଞ୍ଚ ଜଣ କରୋନା ଯୋଦ୍ଧା ଥିବା ଜଣାପଡ଼ିଛି। ମଣ୍ଡସାହି CHC ର ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଥିବାବେଳେ ଜଗତସିଂହପୁର ଆଇଆଇସି ଓ ତାଙ୍କ ଡ୍ରାଇଭର କେରୋନା ପଜେଟିଭି ଥିବା ଜଣାପଡିଛି।

ସେହିଭଳି ଜଣେ ଡାକ୍ତର ଓ 108 ଡ୍ରାଇଭର ପଜିଟିଭ ଥିବା ଜଣାପଡ଼ିଛି। ଏହାକୁ ନେଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା 5657 ଛୁଇଁଛି। ସେମାନଙ୍କ ମଧ୍ୟରୁ 4815 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଭାବେ 829 ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଏବେ ଜିଲ୍ଲାରେ ମୃତ୍ୟୁସଂଖ୍ୟା 13 ରେ ପହଞ୍ଚିଛି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.