ETV Bharat / state

ଜଗତସିଂହପୁରରେ ଟିକା ସଙ୍କଟ, 40ଟି କେନ୍ଦ୍ରରେ ଟୀକାଦାନ ବନ୍ଦ - ଟିକାଦାନ ବନ୍ଦ

ଜଗତସିଂହପୁର ଜିଲ୍ଲାରେ କୋଭିଡ଼ ଟିକାର ଅଭାବ ଥିବାରୁ 40ଟି ଟିକା କେନ୍ଦ୍ରକୁ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲାରେ କୋଭିଡ ଟିକା ସଙ୍କଟ, 40ଟି କେନ୍ଦ୍ରରେ ଟିକାଦାନ ବନ୍ଦ

author img

By

Published : Apr 10, 2021, 7:45 AM IST

Updated : Apr 10, 2021, 8:10 AM IST

ଜଗତସିଂହପୁର: ଜିଲ୍ଲାରେ କୋଭିଡ ଟିକା ପହଞ୍ଚିବାରେ ବିଳମ୍ବ ହେତୁ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ସମସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ମୋଟ 44ଟି ଟିକାଦାନ କେନ୍ଦ୍ରରେ ଗତ ଦୁଇଦିନ ହେବ ଟୀକାଦାନ ପ୍ରକ୍ରିୟା ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରେ ଟିକା ସଙ୍କଟ, 40ଟି କେନ୍ଦ୍ରରେ ଟୀକାଦାନ ବନ୍ଦ

କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଟିକାଦାନ କେନ୍ଦ୍ରରେ ଆସି ଭିଡ଼ ଜମାଉଛନ୍ତି । କିନ୍ତୁ ଟିକା ଅଭାବରୁ ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ 44 ଟି ଟିକାଦାନ କେନ୍ଦ୍ରରେ 5 ହଜାର ଲୋକଙ୍କୁ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ପ୍ରତ୍ୟେକ ଦିନ 7 ରୁ 8 ହଜାର ଲୋକେ ଟିକା ନେବା ପାଇଁ ଆସୁଥିବାରୁ ଜିଲ୍ଲାରେ ଟିକା ସଙ୍କଟ ଦେଖା ଦେଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଗତ ବୁଧବାରଠାରୁ ଜିଲ୍ଲାକୁ ଟିକା ଆସି ନଥିବାରୁ ଜିଲ୍ଲାରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ଜନସଂଖ୍ୟା 13 ଲକ୍ଷ 50 ହଜାର ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 40 ପ୍ରତିଶତ ହେଉଛନ୍ତି 45 ବର୍ଷରୁ ଊର୍ଦ୍ଧ୍ବ । ତେବେ ସରକାର ଜିଲ୍ଲାକୁ ଯେତିକି ଟିକା ଯୋଗାଉଛନ୍ତି ତାହା ପଯ୍ୟାପ୍ତ ହେଉନାହିଁ । ଫଳରେ ଟିକାଦାନ ବନ୍ଦ ରହୁଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଗତ ଦିନେ ଦୁଇଦିନ ମଧ୍ୟରେ ଟିକା ପହଞ୍ଚିବ ବୋଲି କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 10, 2021, 8:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.