ETV Bharat / state

କୋଭିଡ ଉଜାଡୁଛି ସଂସାର, ନବ ଦମ୍ପତିଙ୍କ ସହ ଗୋଟିଏ ପରିବାରର 3 ମୃତ - jagatsinghpur district news

ଜଗତସିଂହପୁର ସହରରରେ ଗୋଟିଏ ପରିବାରରେ 3 ଜଣଙ୍କ ପ୍ରାଣନେଲା କୋରୋନା । ଅଧିକ ପଢନ୍ତୁ....

କୋଭିଡ ଉଜୁଡୁଛି ସଂସାର, ନବ ଦମ୍ପତ୍ତିଙ୍କ ସହ ଗୋଟିଏ ପରିବାରର 3 ମୃତ

author img

By

Published : May 30, 2021, 8:08 PM IST

ଜଗତସିଂହପୁର: ସମ୍ପ୍ରତି ସମଗ୍ର ବିଶ୍ୱରେ କୋରୋନା ତାର ଭୟାବହତା ଜାରି ରଖିଛି । କୋରୋନାର ପଞ୍ଝାରୁ ବର୍ତ୍ତି ପାରୁନାହିଁ ମଣିଷ । କେଉଁଠି କେତେ ପରିବାରକୁ ମୁରବୀ ଶୂନ୍ୟ କରିଦେଉଛି ତ, ବାପାର ରୋଜଗାରିଆ ଭେଣ୍ଡିଆ ପୁଅକୁ ନେଇ ଯାଇ ଦେଇଯାଉଛି ଅଜସ୍ର ଦୁଃଖ । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ।

କୋଭିଡ ଉଜୁଡୁଛି ସଂସାର, ନବ ଦମ୍ପତ୍ତିଙ୍କ ସହ ଗୋଟିଏ ପରିବାରର 3 ମୃତ

ଜଗତସିଂହପୁର ସହରର ଜନୈକ 35 ବର୍ଷୀୟ ଯୁବକ ହଠାତ୍ କୋରୋନାରେ ଆକ୍ରାନ୍ତ ହୋଇ ପାରାଦ୍ୱୀପ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ଶୁକ୍ରବାର ଦିନ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗତକାଲି ହଠାତ କରୋନାରେ ଆକ୍ରାନ୍ତ ହୋଇ ମୃତ ଯୁବକଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଯୁବକଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ସୂଚନାଯୋଗ୍ୟ ଯେ ମୃତ ଯୁବକ ଜଣଙ୍କ 3 ମାସ ତଳେ ବିବାହ କରିଥିଲେ। ପୂର୍ବରୁ ମୃତ ଯୁବକଙ୍କ ମାଙ୍କର କୋରୋନାରେ ମୃତ୍ୟୁ ହୋଇ ସାରିଥିବାବେଳେ ଏକାସଙ୍ଗେ ବାପ ପୁଅ ଓ ବୋହୂଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ପରିବାରରେ ଆଉ କେହି ନଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.