ଜଗତସିଂହପୁର: ଆଜି ଅପରାହ୍ନରେ ଜଗତସିଂହପୁରରେ ୨ୟ ପର୍ଯ୍ୟାୟ ପେନସନ୍ ଅଦାଲତ ହୋଇଛି । ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ପେନସନ ଅଦାଲତ ଅନୁଷ୍ଠିତ ହୋଇଛି ।
ଏହି ଅଦାଲତରେ ପ୍ରଶାସନ ଓ ପେନସନ୍ ବିଭାଗର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଭୂୟାଁ, ଯୁଗ୍ମ କଣ୍ଟ୍ରୋଲର ଦିଭାରାଣୀ ଦୋରା, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ ପ୍ରମୁଖ ଯୋଗଦେଇଥିଲେ । ମୋଟ ୧୬୫ ଟି ପେନସନ୍ ମାମଲାର ଶୁଣାଣି କରି ସଙ୍ଗେସଙ୍ଗ ୧୧୫ଟି କେସର ସମାଧାନ ମଧ୍ୟ କରାଯାଇଥିଲା ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ