ETV Bharat / state

ଜାଲରେ ପଡିଲା ବିରଳ ମାଛ, 18 ଲକ୍ଷରେ ହେଲା ବିକ୍ରି

author img

By

Published : Jun 22, 2021, 8:36 PM IST

ପାରାଦ୍ଵୀପ ସମୁଦ୍ରରୁ ମିଳିଛି ୧୯ ଟି ବିରଳ ତେଲିଆ ବୋରେହି ମାଛ। କୋଲକତାର ବ୍ୟବସାୟୀ ଏହାକୁ 18 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟରେ ନେଲେ । ଅଧିକ ପଢନ୍ତୁ..

ଜାଲରେ ପଡିଲା ବିରଳ ମାଛ,  18 ଲକ୍ଷରେ ହେଲା ବିକ୍ରି
ଜାଲରେ ପଡିଲା ବିରଳ ମାଛ, 18 ଲକ୍ଷରେ ହେଲା ବିକ୍ରି

ପାରାଦ୍ଵୀପ ଜାଲରେ ପଡିଲା ବିରଳ ମାଛ । ପାରାଦ୍ଵୀପ ସମୁଦ୍ରରୁ ମିଳିଛି ୧୯ ଟି ବିରଳ ତେଲିଆ ବୋରେହି ମାଛ। ଏଥିରୁ ୪ ମାଛର ଓଜନ ୩୦ କିଲୋ ଲେଖାଏଁ ରହିଥିଲା ବେଳେ ଅନ୍ୟ ମାଛ ୨୦ ରୁ ୨୨ କିଲୋ ରହିଥିଲା। ଏ ସମସ୍ତ ମାଛ କୁ କଲିକତାର ଜଣେ ବ୍ୟବସାୟୀ ୧୮ ଲକ୍ଷ ୬୫ ହଜାରରେ କିଣି ପ୍ୟାକିଂ କରି ନେଇଛନ୍ତି।

ଇଲିସି ଠାରୁ ବହୁ ଦାମି ଏହି ମାଛର ଓଜନକୁ ନେଇ ଦର ନିର୍ଦ୍ଧାରିତ କରାଯାଇଛି । ମଙ୍ଗଳବାର ମାଛ ମାରିବାକୁ ଯାଇଥିବା କିଛି ମତ୍ସଜୀବୀଙ୍କ ଜାଲରେ ଏହି ମାଛ ପଡ଼ିଥିବା ବେଳେ ଷଣ୍ଢକୁଦର ମତ୍ସ୍ୟଜୀବୀ ଦଙ୍ଗଲ ରାଜୁ ଙ୍କ ଜାଲରେ ଏକକାଳୀନ ୯ଟି ତେଲିଆ ବୋରେହି ପଡ଼ିଥିଲେ। ବର୍ଷାଦିନେ ଏହି ମାଛ ସମୁଦ୍ର କୂଳ ଆଡ଼କୁ ଆସୁଥିବା ବେଳେ ‌ଖୁବ କମ ମାଛ ଜାଲରେ ପଡିଥାନ୍ତି । ମତ୍ସ୍ୟଜୀବୀ ମାନେ ବାଲିପ୍ଲଟ ମାଛ ବ୍ୟବସାୟ କେନ୍ଦ୍ରକୁ ଆଣି ଏହାକୁ ନିଲାମ ଡକାଯାଇଥିଲା । ଏ ସମସ୍ତ ମାଛକୁ କଲିକତାର ଉକ୍ତ ବ୍ୟବସାୟୀ ନିଲାମ ଧରିବା ପରେ ତାକୁ କାଟି ପ୍ୟାକିଂ କରି ଦିଆଯାଇଛି ।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.