ଜଗତସିଂହପୁର : ଜିଲ୍ଲା ପାରାଦ୍ଵୀପ ଷଣ୍ଢକୁଦ ନିକଟରେ ୨୩୪ ଏକର ଜାଗାରେ ତିଆରି ହେବ ନୁମାଲୀଗଡ ରିଫାଇନାରୀ କୃଡ୍ ଅଏଲ ଇମ୍ପୋର୍ଟ ଟର୍ମିନାଲ । ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲର ଭୂମି ପୂଜା କାର୍ଯ୍ୟରେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ରାମେଶ୍ବର ତେଲି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ଉନ୍ମୋଚନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ପ୍ରକଳ୍ପରେ ପାରାଦ୍ଵୀପ ବନ୍ଦର ଦେଇ କ୍ରୁଡ ଅଏଲ ଏଠାରେ ଗଚ୍ଛିତ ରଖାଯିବ ଏବଂ ପାଇପ୍ ଯୋଗେ ଆସାମ ନୁମାଲିଗଡ ରିଫାଇନାରୀକୁ ଯିବ । ଆସାମ ସ୍ଥିତ ନୁମାଲିଗଡ ରାଫାଇନାରୀ ୩ ମିଲିୟନ କ୍ଷମତା ବିଶିଷ୍ଟ ଥିବା ବେଳେ ଏହାକୁ ୯ ମିଲିୟନ କ୍ଷମତା ବିଶିଷ୍ଟ କରିବା ପାଇଁ ଯୋଜନା କରାଯାଇଛି।
ଯେଉଁଥିପାଇଁ ପାରାଦ୍ଵୀପରୁ ଆସାମ ପର୍ଯ୍ୟନ୍ତ ପାଇପ ଲାଇନ ଯୋଗେ କ୍ରୁଡ ଅଏଲ ନେବାକୁ ଯୋଜନା କରିଛି ନୁମାଲି ରିଫାଇନାରୀ । ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ବୃଦ୍ଧି ପାଇବା ସହିତ ୫ ଟି ରାଜ୍ୟ ଦେଇ ଯିବାକୁ ଥିବା ଏହି ପାଇପ ଲାଇନରେ ତିନୋଟି ପମ୍ପ ଷ୍ଟେସନ ତିଆରି କରାଯିବ । ଯେଉଁଥିରେ ୨୦ ଜଣ ଲେଖାଏଁ ନିଯୁକ୍ତି ପାଇବେ ଏବଂ ଏହା ୩୬ ମାସ ମଧ୍ୟରେ ସରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର