ETV Bharat / state

ଜଗତସିଂହପୁର ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ 122 କୋରୋନା ପଜିଟିଭ ଚିହ୍ନଟ - 122 new corona positive reported in Jagatsinghpur

ଜଗତସିଂହପୁର ଜିଲ୍ଲାରେ ଶୁକ୍ରବାର ରେକର୍ଡ ସଂଖ୍ୟକ 122 କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଯାହାକି ଚଳିତ ମାସର ସର୍ବାଧିକ । ଅଧିକ ପଢନ୍ତୁ...

122 new corona positive reported in Jagatsinghpur
ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ 122 କୋରୋନା ପଜିଟିଭ ଚିହ୍ନଟ
author img

By

Published : Sep 11, 2020, 8:26 PM IST

ଜଗତସିଂହପୁର: ଶୁକ୍ରବାର ଜଗତସିଂହପୁର ଜିଲ୍ଲାରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଯାହାକି ଚଳିତ ମାସର ସର୍ବାଧିକ । ଲକଡାଉନ ଖୋଲିବା ପରେ ଜିଲ୍ଲାରେ ହୁ ହୁ ହୋଇ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମାସ୍କ, ସାମାଜିକ ଦୂରତ୍ୱ ନିଅମକୁ ପ୍ରଶାସନ ପକ୍ଷରୁ କଡାକଡି କରାଯାଉ ନାହିଁ । ଫଳରେ ଜିଲ୍ଲାରେ କୋରୋନା ବେକାବୁ ସ୍ଥିତିରେ ପହଞ୍ଚିଲାଣି ।

ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟକ 122 କୋରୋନା ପଜିଟିଭ ଚିହ୍ନଟ

ଏନେଇ ବାଲିକୁଦା ବ୍ଲକରେ 10, ବିରିଡିରେ 6, ଏରସମାରେ 35, ଜଗତସିଂହପୁର ବ୍ଲକରେ 20, ଜଗତସିଂହପୁର ସହରରେ 6, କୁଜଙ୍ଗରେ 11,ପାରାଦ୍ୱୀପରେ 9, ନାଉଗାଁରେ 6, ରଘୁନାଥପୁରରେ 8, ତ୍ରିତଲରେ 5 ଓ ଅନ୍ୟ ଜିଲ୍ଲାରୁ ଆସି ଥିବା 6 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ 26 ଜଣ ଘରୋଇ ଲ୍ୟାବରେ ଟେଷ୍ଟ କରି ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ 122 ଜଣଙ୍କ ସ୍ୱାବ ଓ ରକ୍ତ ନମୁନା ପଜିଟିଭ ଆସିଥିବା ବେଳେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2782 ରେ ପହଞ୍ଚିଛି । ସେଥିମଧ୍ୟରୁ 1828 ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଏବେ ସୁଧା 948 ସକ୍ରିୟ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.