ETV Bharat / state

ଜଗତସିଂହପୁରରେ 112 ସେବା ଉଦଘାଟିତ

ଜଗତସିଂହପୁରରେ 112 ସେବା ଉଦଘାଟିତ ହୋଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପିତ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Mar 20, 2021, 10:16 AM IST

ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ 112 ସେବା ଉଦଘାଟିତ

ଜଗତସିଂହପୁର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇମରଜେନ୍ସି ସେବା 112କୁ ଲୋକାର୍ପିତ କରିବା ପରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏହା ଉଦଘାଟିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର ପ୍ରକାଶ ପତାକା ଦେଖାଇ ଉଦଘାଟିନ କରିଥିଲେ।

112 ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନୋଟି ବାଇକ ଓ ଗୋଟିଏ ଚାରିଚାକିଆ ପିସିଆର ଯୋଗାଇ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସହର ବାସୀଙ୍କୁ ଏହି ସେବା ଯୋଗାଇ ଦିଆଯିବ।

ପରେ ଗ୍ରାମାଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ମହିଳା, ଶିଶୁ, ବରିଷ୍ଠ ନାଗରିକ ଆଦି ଯେଉଁ ବ୍ୟକ୍ତି 112କୁ ଡାଏଲ କରିବେ ତେବେ ଏହା ଭୁବନେଶ୍ବର ସ୍ଥିତ କଣ୍ଟ୍ରୋଲ ରୁମକୁ କଲ ଯିବ । କଣ୍ଟ୍ରୋଲ ରୁମ ଏହାକୁ ବିଭିନ୍ନ ଜିଲ୍ଲାକୁ ଯୋଡିବ ଆଗାମୀ କାର୍ଯ୍ୟ କରିବ।

ଏହା ଦିନ ରାତି 24 ଘଣ୍ଟା ସେବା ଯୋଗାଇବ ବୋଲି ଜଗତସିଂହପୁର ଏସପି ଆର ପ୍ରକାଶ କହିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.