ETV Bharat / state

ଏରସମାରେ ୧୦୦ରୁ ଊର୍ଦ୍ଧ୍ବ ପରିବାର ପାଣି ଘେରରେ, ଭୋକ ଉପାସରେ ବିତିଲା ୪ ଦିନ - ଲଘୁଚାପ ଜନିତ ବର୍ଷା

ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ରାଜ୍ୟର ସ୍ଥିତି । ଏରସମା ବ୍ଲକ ଅନ୍ତର୍ଗତ ଆମ୍ବକୀ ପଞ୍ଚାୟତ ବାଘଡ଼ିଆ ଗ୍ରାମର 100ରୁ ଅଧିକ ପରିବାର ପାଣି ଘେରରେ । ଅଧିକ ପଢନ୍ତୁ...

100 family under water logged in erasama of jagatsinghpur
ଲଘୁଚାପ ଜନିତ ବର୍ଷାକୁ 4ଦିନ ବିତିଗଲେ ମଧ୍ୟ ପାଣିଘେରରେ 100 ପରିବାର
author img

By

Published : Sep 15, 2021, 9:19 PM IST

ଜଗତସିଂହପୁର: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି ରାଜ୍ୟର ସ୍ଥିତି । ଏହି ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରାମରେ ପଶିଛି ବନ୍ୟାପାଣି । ପାଣି ଗ୍ରାମରେ ପ୍ରବେଶ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । 100ରୁ ଅଧିକ ପରିବାର ପାଣି ଘେରରେ ରହିଛନ୍ତି ।

ଲଘୁଚାପ ଜନିତ ବର୍ଷାକୁ 4ଦିନ ବିତିଗଲେ ମଧ୍ୟ ପାଣିଘେରରେ 100 ପରିବାର

ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବାର ଚାରି ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବି ପାଣି ଘେରରେ ରହିଛି ବିଭିନ୍ନ ଗ୍ରାମ । ଏରସମା ବ୍ଲକ ଅନ୍ତର୍ଗତ ଆମ୍ବକୀ ପଞ୍ଚାୟତ, ବାଘଡ଼ିଆ ଗ୍ରାମର 100ରୁ ଅଧିକ ପରିବାର । ବର୍ଷାର ପରିମାଣ କମିଥିଲେ ମଧ୍ୟ ସମୁଦ୍ର ପାଣି ଟାଣୁ ନଥିବାରୁ ଏହି ଗ୍ରାମରେ ବର୍ଷା ଜଳ ପଶି ରହିଛି। ପାଣି ଛାଡୁ ନଥିବାରୁ 50ରୁ ଅଧିକ କଚ୍ଚାଘର ଭାଙ୍ଗି ପଡିବା ସହ ମାଟି କାନ୍ଥ ଗୁଡିକ ଧରାଶାୟୀ ହୋଇ ପଡ଼ିଲାଣି। ଯାହାକୁ ନେଇ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ ପ୍ରଶାସନ ପହଞ୍ଚି ପରି ନଥିବା ଲୋକେ ଅଭିଯୋଗ କରିଛନ୍ତି।

ଦୀର୍ଘ 4ଦିନ ହେବ ଉପାସ ଭୋକେ ଲୋକେ ଜୀବନ ବିତାଉଛନ୍ତି । ଏରସମା ବ୍ଲକର ଏହି ଅଞ୍ଚଳ ଖାଲୁଆ ହୋଇଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖା ଦେଇଛି। ସମୁଦ୍ର ଜୁଆରିଆ ଥିବାରୁ ସମୁଦ୍ର ମଧ୍ୟକୁ ସଠିକ ଭାବେ ଜଳ ନିଷ୍କାସନ ହୋଇ ପାରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ସମସ୍ୟା ଦୁଇଗୁଣିତ ହୋଇଛି। ପ୍ରଶାସନ ପକ୍ଷରୁ କିଛି ବ୍ୟବସ୍ଥା କରାଯାଇ ନଥିବାରୁ ପ୍ରଭାବିତ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.