ETV Bharat / state

ବନ୍ଧୁତ୍ବ ଦିବସ: ଗଛ ସହ ମିତ ବସିଲେ ବ୍ରହ୍ମପୁର ବାସୀ - ଫ୍ରେଣ୍ଡସିପ ବ୍ୟାଣ୍ଡ

ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳନ ହେଲା ବନ୍ଧୁତ୍ବ ଦିବସ । ଗଛରେ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଲେ ଯୁବପିଢୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Aug 4, 2019, 7:22 PM IST

ବ୍ରହ୍ମପୁର: ବନ୍ଧୁତ୍ୱ ଦିବସକୁ ନେଇ ଯୁବପିଢ଼ୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ। ତାରକା ହୋଟେଲ୍‌ଠାରୁ ଆରମ୍ଭ କରି ରେସ୍ତୋରାଁ, କେକ୍‌ ସପ୍‌, ସବୁଠି ସ୍ୱତନ୍ତ୍ର ପ୍ରସ୍ତୁତି । ମାନ-ଅଭିମାନ, ରାଗ-ରୁଷା ଓ ପ୍ରେମ-ବିଶ୍ୱାସକୁ ନେଇ ଗଢ଼ି ଉଠିଥିବା ବନ୍ଧୁତ୍ୱକୁ ଆଉ ଦୁଇ ପାଦ ଆଗକୁ ନେବା ପାଇଁ ବନ୍ଧୁମାନଙ୍କ ଆୟୋଜନ କରାଯାଉଛି ଭଳିକି ଭଳି କାର୍ଯ୍ୟକ୍ରମ । କେଉଁଠି ଯୁବବର୍ଗ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ପରସ୍ପର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେଉଁଠି ଆୟୋଜିତ ହେଉଛି ନାଚଗୀତର ଆସର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

କିନ୍ତୁ ରେଶମ ସହର ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ବିଶ୍ୱ ବନ୍ଧୁତା ଦିବସ । ଜିଲ୍ଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସହରର ପୁରାତନ ଗଛ ଗୁଡିକୁ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ନେବା ପାଇଁ ସମସ୍ତେ ଶପଥ ନେଇଛନ୍ତି ।

ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସହରର ପୁରାତନ ବୃକ୍ଷକୁ ପୁଜାର୍ଚ୍ଚନା କରାଯିବା ସହ ସେଥିରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବନ୍ଧାଯିବା ଦେଖିବାକୁ ମିଳିଛି । ଏପରିକି ସାରା ସହରରେ ବୃକ୍ଷରୋପଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି୍ସହ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତ ରହି ବୃକ୍ଷ ଗୁଡିକର ସୁରକ୍ଷା ପାଇଁ ନେଇଥିଲେ ଶପଥ ପାଠ ।

ସହରର ସବୁଜ ବାହିନୀର, ଆର୍ଯ୍ୟଭଟ ଫାଉଣ୍ଡେସନ, ବିଡିଏ ଓ ବିଏମସି କର୍ତ୍ତୁପକ୍ଷଙ୍କ ସମେତ ସ୍କୁଲ କଲେଜର ଏନସିସି ସ୍କାଉଟ ଛାତ୍ରଛାତ୍ରୀମାନେ ଏହି ଅବସରରେ ସହରର ରାମଲିଙ୍ଗେଶ୍ୱର ବନ୍ଧ ପାର୍ଶ୍ବରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ମହାନଗର ନିଗମ ପରିସରରେ ପହଞ୍ଚି ମାନବ ସମାଜ ଓ ପରିବେଶକୁ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

()ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ  । ଏହାକୁ ନେଇ ଆବଳ ବୃଦ୍ଧ ବନୀତା ଙ୍କ ପକ୍ଷରୁ ଆୟୋଜନ କରାଯାଉଛି ଭଳିକି ଭଳି କାର୍ଯ୍ୟକ୍ରମ  । କେଉଁଠି ଯୁବବର୍ଗ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବାନ୍ଧି ପରସ୍ପର ଶୁଭେଚ୍ଛା ଜଣାଉଥିବା ବେଳେ ଆଉ କେଉଁଠି ଆୟୋଜିତ ହେଉଛି ନାଚଗୀତ ର ଆଶାର  । ହେଲେ ରେଶମ ସହର ବ୍ରହ୍ମପୁରରେ ନିଆରା ଢଙ୍ଗରେ ପାଳନ କରାଯାଇଛି ବିଶ୍ୱ ବନ୍ଧୁତା ଦିବସ  । ଜିଲ୍ଲାପ୍ରଶାସନ , ନିର୍ବାଚିତ ପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସହରର ପୁରାତନ ଗଛ ଗୁଡିକୁ ପୂଜାର୍ଚ୍ଚନା କରାଯିବା ସହ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ନେବା ପାଇଁ ସମସ୍ତେ ନେଇଥିଲେ ଶପଥ ।
()-ରେଶମ ସହର ବ୍ରହ୍ମପୁର ରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ବିଶ୍ୱ ବନ୍ଧୁତ୍ୱ ଦିବସ   । ଜିଲ୍ଲାପ୍ରଶାସନ ର ବରିଷ୍ଠ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ସହରର ନିର୍ବାଚିତ ପ୍ରତିନିଧି ଏବଂ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଙ୍କ ସହ ବିଦ୍ୟାର୍ଥୀ ଓ ଗଣସଙ୍ଗଠନ ର କର୍ମକର୍ତ୍ତା ଙ୍କୁ ନେଇ ପରିବେଶର ସୁରକ୍ଷା ପାଇଁ  ବୃକ୍ଷର ଯତ୍ନ ନିଆଯିବା ପାଇଁ ସମସ୍ତେ ନେଇଥିଲେ ଶପଥ  । ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସହରର ପୁରାତନ ବୃକ୍ଷକୁ ପୁଜାର୍ଚ୍ଚନା କରାଯିବା ସହ ସେଥିରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ବନ୍ଧାଯିବା ସହ କରାଯାଇଥିଲା  ବୃକ୍ଷରୋପଣ  । ଏପରିକି ସାରା ସହରରେ ଏହି ବୃକ୍ଷରୋପଣ କରାଯିବା ଉପରେ  ଗୁରୁତ୍ୱାରୋପ କରାଯାଇଥିଲା । ଏଥି୍ସହ ବ୍ରହ୍ମପୁର ସାଂସଦ ଓ ବିଧାୟକ ଙ୍କ ସହ ନିର୍ବାଚିତ ପ୍ରତିନିଧି ଙ୍କ ଉପସ୍ଥିତି ରେ ବୃକ୍ଷ ଗୁଡିକର ସୁରକ୍ଷା ଉପରେ ନେଇଥିଲେ ଶପଥ ପାଠ ।
ବାଇଟ୍-ବିଜୟ ଅମୃତ କୁଲାଙ୍ଗେ(ଜିଲ୍ଲାପାଳ-ଗଞ୍ଜାମ)
ବାଇଟ୍-ଚନ୍ଦ୍ରଶେଖର ସାହୁ (ସାଂସଦ-ବ୍ରହ୍ମପୁର)
()ମୁଖ୍ୟତଃ ସହରର ସବୁଜ ବାହିନୀର , ଆର୍ଯ୍ୟଭଟ ଫାଉଣ୍ଡେସନ , ବିଡିଏ ଓ ବିଏମସି କର୍ତ୍ତୁପକ୍ଷଙ୍କ ସମେତ ସ୍କୁଲ କଲେଜର ଏନସିସି ସ୍କାଉଟ ଛାତ୍ରଛାତ୍ରୀ ମାନେ ଏହି ଅବସରରେ ସହରର  ରାମଲିଙ୍ଗେଶ୍ୱର ବନ୍ଧ ପାଶ୍ୱରୁ  ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ମହାନଗର ନିଗମ ପରିସରରେ ପହଞ୍ଚି  ମାନବ ସମାଜ ଓ ପରିବେଶକୁ ସୁରକ୍ଷା ପାଇଁ  ବୃକ୍ଷର ଆବଶ୍ୟକତା ସଂପର୍କରେ ଆଲୋକପାତ  କରିଥିଲେ ।
ବାଇଟ୍-ବିକ୍ରମ କୁମାର ପଣ୍ଡା(ବିଧାୟକ,ବ୍ରହ୍ମପୁର)
ବାଇଟ୍-ସ୍ମୃତି କୁମାରୀ ସାହୁ(ବିଦ୍ୟାର୍ଥୀ, ବ୍ରହ୍ମପୁର)
()ମୁଖ୍ୟତଃ ବୃକ୍ଷ ପ୍ରତେକ ମନୁଷ୍ୟକୁ ଜୀବନବ୍ୟାପି ଅମ୍ଲଜାନ ଠାରୁ ଆରମ୍ଭ କରି ଖାଦ୍ୟ, ବସ୍ତ୍ର , ବାସଗୃହ ଏବଂ  ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିସ୍ବାର୍ଥ ପର ଭାବରେ ସମସ୍ତ ଆବଶ୍ୟକତା ପୂରଣ କରୁଥିବା ବେଳେ ବୃକ୍ଷ ହିଁ ପ୍ରତେକ ମାନବ ସମାଜ ପାଇଁ  ପ୍ରକୃତ ବନ୍ଧୁ  । ଏଣୁ ବିଶ୍ୱ ବନ୍ଧୁତ୍ୱ ଦିବସରେ ସେହି ବନ୍ଧୁଙ୍କ ସୁରକ୍ଷା କୁ ନେଇ ଆୟୋଜିତ ହୋଇଥିଲା ନିଆରା କାର୍ଯ୍ୟକ୍ରମ  । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
ବିଦ୍ର-ଭିଜୁଆଲ ଓ ବାଇଟ୍ ମଜୋ ରେ ଯାଇଛି  ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.