ETV Bharat / state

ଦଳିଦେଲା ଦନ୍ତା, ହାତୀ ଘଉଡ଼ାଇବାକୁ ଯାଇ ଯୁବକ ମୃତ - ହାତୀ ମଣିଷ ଲଢେଇ ଜାରି

ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ ହାତୀ ଘଉଡ଼ାଇବାକୁ ଯାଇ ଯୁବକ ମୃତ । ଅଧିକ ପଢନ୍ତୁ

ଦଳିଦେଲା ଦନ୍ତା, ଯୁବକ ମୃତ
ଦଳିଦେଲା ଦନ୍ତା, ଯୁବକ ମୃତ
author img

By

Published : Oct 9, 2022, 6:28 PM IST

ଗଞ୍ଜାମ: ହାତୀ ମଣିଷ ଲଢେଇ ଜାରି ରହିଛି । କେତେବେଳେ ମଣିଷ ହାତୀକୁ ମାରୁଛି ତ କେତେବେଳେ ହାତୀର ଆକ୍ରମଣରେ ମଣିଷର ଜୀବନ ଚାଲିଯାଉଛି । ଏଭଳି ସ୍ଥିତିରେ ଗତକାଲି ରାତିରେ ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ । ମୃତକ ଜଣକ ହେଉଛନ୍ତି ସେହି ଗାଁର ପବିତ୍ର ପାତ୍ର ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ 10 ଟିକିଆ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିଲେ । ଏନେଇ ଖବର ପାଇ ବନ ବିଭାଗ ଓ ଗାଁ ଲୋକେ ମିଶି ହାତୀ ଘଉଡାଇବା ପାଇଁ ଯାଇଥିଲେ । ହେଲେ ହଠାତ ଏକ ହାତୀ ଗଛ ପଛପଟୁ ବାହାରି ଆସିଯିବାରୁ ଅନ୍ୟମାନେ ଦୌଡ଼ି ପଳେଇ ଆସିଥିଲେ । ହେଲେ ପବିତ୍ରକୁ ହାତୀ ଶୁଣ୍ଢରେ ଟାଣି ଦଳି ଦେଇଥିଲା ।

ତେବେ ଘଟଣା ସ୍ଥଳରେ ହିଁ ପବିତ୍ରର ମୃତ୍ୟୁ ହୋଇଥିଲା । ବନ ବିଭାଗର କର୍ମଚାରୀ ବାଣ ଫୁଟାଇ ହାତୀ ଘଉଡ଼ାଇବା ପରେ ମୃତଦେହକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି । ଅନ୍ୟପଟେ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.