ETV Bharat / state

ନଦୀରେ ବୁଡି ଯୁବକ ମୃତ୍ୟୁ ଘଟଣାରେ ରାସ୍ତାରୋକ - young boy

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ଫାଣ୍ଡି ଅନ୍ତର୍ଗତ ବୋଡ଼ାନଦୀରେ ଭାସିଯାଇ ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ ଚଡୀୟାପଲ୍ଲୀ ଗ୍ରାମର ରାଜେନ୍ଦ୍ର ଲେଙ୍କା । ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ମୃତକ ପରିବାରକୁ କ୍ଷତିପୂରଣ ସହ ବୋଡାନଦୀରେ ଡାଇଭର୍ସନ ତିଆରି ଦାବିରେ ରାଜେନ୍ଦ୍ରଙ୍କ ମୃତଦେହକୁ ବେଲଗୁଣ୍ଠା ମୁଖ୍ୟ ରାସ୍ତାରେ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର
author img

By

Published : Aug 25, 2019, 4:00 PM IST

Updated : Aug 25, 2019, 7:08 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ଫାଣ୍ଡି ଅନ୍ତର୍ଗତ ବୋଡ଼ାନଦୀରେ ଭାସିଯାଇ ଜଣେ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ ଚଡୀୟାପଲ୍ଲୀ ଗ୍ରାମର ରାଜେନ୍ଦ୍ର ଲେଙ୍କା ।

ସେ ଇଲେକ୍ଟ୍ରି କାମ କରିବାକୁ ଆଜି ବୋଡ଼ା ନଦୀ ପାର ହୋଇ ଆମ୍ବପୁଆ ଯାଇଥିଲେ । ସେଠାରୁ ଫେରିବା ବେଳକୁ ନଦୀ ପାର ହେଉଥିବାବେଳେ ଏକ ପାଇପକୁ ଧରି ପାର ହେଉଥିବା ସମୟରେ ଗୋଡ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ସେ ନମିଳିବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ କିଛି ଦୂରରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ବେଲଗୁଣ୍ଠା ମେଡ଼ିକାଲକୁ ନେଇଥିଲେ । ପରେ ସେଠାରୁ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଭଞ୍ଜନଗର ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର

ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବୋଡାନଦୀରେ ଡାଇଭର୍ସନ ତିଆରି ଦାବିରେ ରାଜେନ୍ଦ୍ରଙ୍କ ମୃତଦେହକୁ ବେଲଗୁଣ୍ଠା ମୁଖ୍ୟ ରାସ୍ତାରେ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ଭଞ୍ଜନଗରରୁ ଭୁବନେଶ୍ବର ବସ ଚଳାଚଳ ଠପ ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଏହାପରେ ବସ ଚଳାଚଳ ସ୍ବାଭାବିକ ହୋଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ଫାଣ୍ଡି ଅନ୍ତର୍ଗତ ବୋଡ଼ାନଦୀରେ ଭାସିଯାଇ ଜଣେ ଯୁବକ ମୃତ ମୃତ ଯୁବକ ଜଣକ ହେଉଛନ୍ତି ଚଡୀୟାପଲ୍ଲୀ ଗ୍ରାମର ରାଜେନ୍ଦ୍ର ଲେଙ୍କା ସେ ଆଜି ବୋଡ଼ା ନଦୀ ପାର ହୋଇ ଆମ୍ବପୁଆ ଯାଇଥିଲେ ଇଲେକ୍ଟ୍ରି କାମ କରିବାକୁ ସେଠାରୁ ଫେରିବା ବେଳକୁ ନଦୀ ପାର ହେଉଥିବାବେଳେ ଏକ ପାଇପକୁ ଧରି ପାର ହେଉଥିଲେ ଗୋଡ ଖସି ଯିବାରୁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବହୁ ଖୋଜାଖୋଜି ପରେ ନ ମିଳିବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ ଦମକଳ ବାହିନୀ ଆସି ଅପରେସନ ଆରମ୍ଭ କରିଥିଲେ କିଛି ଦୂରରେ ତାଙ୍କୁ ଉଦ୍ଧର କରିଥିଲେ ସଙ୍ଗେ ସଙ୍ଗେ ବେଲଗୁଣ୍ଠା ମେଡ଼ିକାଲ କୁ ନେଇଥିଲେ ସେଠାରୁ ଭଞ୍ଜନଗର ମେଡ଼ିକାଲ କୁ ପଠାଇ ଦେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଶବବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
Last Updated : Aug 25, 2019, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.