ETV Bharat / state

ବିଶ୍ବ ଏଡ୍‌ସ୍‌ ଦିବସ: କମୁଛି HIV ପଜିଟିଭ୍‌ ସଂଖ୍ୟା, ହେଲେ ସନ୍ଦେହରେ 'ଜିରୋ ପଜିଟିଭ୍‌' ଲକ୍ଷ୍ୟ ପୂରଣ - ଏଡ୍‌ସ୍‌ ଆଣୁଛନ୍ତି ପ୍ରବାସୀ ଶ୍ରମିକ

ଗଞ୍ଜାମ ଜିଲ୍ଲାରେ କମୁଛି ଏଡ୍‌ସ୍‌ ପଜିଟିଭ୍‌ ସଂଖ୍ୟା । ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୪୨୫ ଚିହ୍ନଟ ପଜିଟିଭ୍‌ଙ୍କ ସମେତ ମୋଟ ପଜିଟିଭ୍‌ ସଂଖ୍ୟା ୧୭,୯୫୦ । ପ୍ରବାସୀ କରିଡର ଉପରେ ନିୟନ୍ତ୍ରଣ ଜରୁରୀ କହିଲେ ସ୍ବେଚ୍ଛାସେବୀ । ଅଧିକ ପଢ଼ନ୍ତୁ

ଗଞ୍ଜାମରେ କମୁଛି HIV ପଜିଟିଭ୍‌ ସଂଖ୍ୟା
ଗଞ୍ଜାମରେ କମୁଛି HIV ପଜିଟିଭ୍‌ ସଂଖ୍ୟା
author img

By ETV Bharat Odisha Team

Published : Dec 1, 2023, 10:00 PM IST

ଗଞ୍ଜାମରେ କମୁଛି HIV ପଜିଟିଭ୍‌ ସଂଖ୍ୟା

ବ୍ରହ୍ମପୁର: ଆଜି ବିଶ୍ବ ଏଡ୍‌ସ୍‌ ଦିବସ । ସାରା ଦେଶ ତଥା ରାଜ୍ୟରେ ଏଚ୍.ଆଇ.ଭି ଏବଂ ଏଡ୍‌ସ୍‌ କଥା କହିଲେ ଗଞ୍ଜାମ ଜିଲ୍ଲାର ସ୍ଥିତିକୁ ନେଇ ଅନେକ ସମୟରେ ଚିନ୍ତା ପ୍ରକଟ କରଯାଇଥାଏ । ଏହି କ୍ରମରେ ଜିଲ୍ଲାରେ ୨୦୦୦ ମସିହାରୁ ଅଦ୍ୟାବଧି ଗତ ୨୩ ବର୍ଷ ମଧରେ ଏଡ୍‌ସ୍‌କୁ ଶୂନ କରିବାକୁ ଜାରି ରହିଛି ପ୍ରୟାସ । ଫଳରେ ଜିଲ୍ଲାରେ ଏଚ୍.ଆଇ.ଭି ପଜିଟିଭ୍‌ଙ୍କ ସଂଖ୍ୟା କମିଛି ନିଶ୍ଚୟ । ହେଲେ ବର୍ଷ ୨୦୩୦ ସୁଦ୍ଧା ଏହି ସଂଖ୍ୟାକୁ ଶୂନ କରିବାକୁ ଯେଉଁ ପ୍ରୟାସ ଜାରି ରହିଛି, ସେଥିପାଇଁ ଆହୁରି ପରିଶ୍ରମ ଓ ସଚେତନତା ଆବଶ୍ୟକ ।

କମୁଛି ପଜିଟିଭ୍‌ ସଂଖ୍ୟା: ଗଞ୍ଜାମ ଜିଲ୍ଲାରେ ଏଚ୍‌.ଆଇ.ଭି ସଂକ୍ରମିତ ମାଆଠାରୁ ଜନ୍ମିତ ନବଜାତ ଶିଶୁକୁ ରକ୍ଷା କରିବା କ୍ଷେତ୍ରରେ କରାଯାଉଥିବା ଉଦ୍ୟମ ଅନେକ ମାତ୍ରାରେ ସଫଳ ହୋଇଛି । ପୂର୍ବରୁ ପ୍ରତିବର୍ଷ ୩୦ରୁ ୪୦ ଜଣ ଶିଶୁ ସଂକ୍ରମିତ ହେଉଥିବାବେଳେ ଏହି ସଂଖ୍ୟା ବହୁମାତ୍ରାରେ କମିଥିବା କୁହାଯାଉଛି । ସେହିପରି ଜିଲ୍ଲାରେ ପୂର୍ବରୁ ଯେଉଁମାତ୍ରାରେ ନୂତନ ପଜିଟିଭ୍‌ ଚିହ୍ନଟ ହେଉଥିଲେ, ସେହି ସଂଖ୍ୟା ଗତ କିଛିବର୍ଷ ମଧ୍ୟରେ କମି କମି ୫୦୦ ବା ଏହାଠାରୁ କମ୍ ରହୁଥିବା ଦେଖାଯାଇଛି । ହେଲେ ବର୍ଷ ୨୦୩୦ ସୁଦ୍ଧା ସମଗ୍ର ବିଶ୍ବ, ଦେଶ ତଥା ରାଜ୍ୟକୁ ଏଡ୍‌ସ୍ ମୁକ୍ତ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ପୂରଣ ପାଇଁ ଆହୁରି ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଥିବା କହିଛନ୍ତି ସ୍ବେଚ୍ଛାସେବୀ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ବଢୁଛି ଏଡସ୍‌ ରୋଗୀଙ୍କ ସଂଖ୍ୟା, ସଚେତନତା ଜରୁରୀ

ନଭେମ୍ବର ସୁଦ୍ଧା ପଜିଟିଭ ସଂଖ୍ୟା ୧୭,୯୫୦: ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୪୨୫ ଜଣ ନୂତନ ପଜିଟିଭ୍‌ ଚିହ୍ନଟ କରାଯାଇଥିବା ବେଳେ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୧୭,୯୫୦ରେ ପହଞ୍ଚିଛି । ଏଚ୍‌.ଆଇ.ଭି ପଜିଟିଭ୍‌ ଅଧିକ ଚିହ୍ନଟ ହୋଇଥିବା ଜିଲ୍ଲାର ବ୍ଲକ ମଧ୍ୟରେ ପୋଲସରା, ଆସିକା, ବେଗୁନିଆପଡା, ପୁରଷୋତ୍ତମପୁର, ଖଲ୍ଲିକୋଟ, ବ୍ରହ୍ମପୁର, ହିଞ୍ଜିଳିକାଟୁ ରହିଥିବା ଜଣାପଡ଼ିଛି । ସେପଟେ ଦୀର୍ଘ ବର୍ଷର ଉଦ୍ୟମ ପରେ ଗତ ୩ ବର୍ଷ ଧରି ପଜିଟିଭ୍‌ ସଂଖ୍ୟା ବହୁ ମାତ୍ରାରେ କମିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଏପରିକି ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଅଧିକ ଯୁବବର୍ଗଙ୍କୁ ସାମିଲ କରିଥିବାବେଳେ ନିରନ୍ତର ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ୱ ଏଡ଼ସ ସଚେତନତା ଦିବସ: ‘ସଚେତନା ହିଁ ସୁରକ୍ଷା ନହେଲେ ନାହିଁ ରକ୍ଷା’

ପ୍ରବାସୀ କରିଡର ଉପରେ ନିୟନ୍ତ୍ରଣ ଜରୁରୀ: ଏଚ୍‌.ଆଇ.ଭି ସଂକ୍ରମଣ ରୋକିବା ପାଇଁ ଗତ ୨୩ ବର୍ଷ ଧରି ଉଭୟ ସରକାରୀ ଓ ବେସରକାରୀସ୍ତରରେ ଅନେକ ଉଦ୍ୟମ କରାଯିବା ପରେ ଜିଲ୍ଲାରେ ନୂତନ ସଂକ୍ରମଣ ବହୁ ମାତ୍ରାରେ କମିଥିବା କୁହାଯାଉଛି । ହେଲେ ଏହି ସଂଖ୍ୟାକୁ 'ଜିରୋ'ରେ ପହଞ୍ଚାଇବା ପାଇଁ ରଖାଯାଇଥିବା ଲକ୍ଷ୍ୟ ପୂରଣ କରିବା ନେଇ ପ୍ରବାସୀ ଶ୍ରମିକଙ୍କ ଉପରେ ଅଧିକ ଗୁରୁତତ୍ବ ଦେବାର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ୩,୨୫୦ ଗ୍ରାମରୁ ଅନେକ ବ୍ୟକ୍ତି ପ୍ରବାସୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଉପରେ ହିଁ ଅଧିକ ଫୋକସ କଲେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଉଛି । କେବଳ ସଚେତନତା କାର୍ଯ୍ୟକ୍ରମ ନକରି ପ୍ରବାସୀ କରିଡର ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.