ETV Bharat / state

ଭଡ଼ାଘରେ ସ୍ତ୍ରୀଙ୍କୁ ଛାଡ଼ି ସ୍ବାମୀ ଫେରାର, ନ୍ୟାୟ ପାଇଁ ଶ୍ବଶୁର ଘର ଆଗରେ ବୋହୂର ଧାରଣା

author img

By

Published : Jul 28, 2023, 6:15 PM IST

ଭଡ଼ାଘରେ ସ୍ତ୍ରୀଙ୍କୁ ଛାଡ଼ି ଚାଲିଗଲେ ସ୍ବାମୀ । ନ୍ୟାୟ ପାଇଁ ଶ୍ବଶୁର ଘର ଆଗରେ ମହିଳାଙ୍କ ଧାରଣା । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବାଲିସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢ଼ନ୍ତୁ

woman stages dharna in front of in laws house
ଶ୍ବଶୁର ଘର ଆଗରେ ବୋହୂର ଧାରଣା
ଶ୍ବଶୁର ଘର ଆଗରେ ବୋହୂର ଧାରଣା

ବ୍ରହ୍ମପୁର: ଭଡ଼ାଘରେ ବିବାହିତ ମହିଳାଙ୍କୁ ଛାଡ଼ି ସ୍ବାମୀ ଫେରାର । ନ୍ୟାୟ ପାଇବା ପାଇଁ ଶ୍ବଶୁର ଘର ସମ୍ମୁଖରେ ଧାରଣାରେ ବସିଲେ ବୋହୂ । ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବାଲିସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରେମ କରି ବିବାହ କରିଥିବା ମହିଳାଙ୍କୁ ନିଜ ସ୍ବାମୀ ଭଡ଼ାଘରେ ଛାଡିଦେଇ କେଉଁ ଆଡେ ଚାଲିଯିବା ଘଟଣା ପୁଣି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଶେଷରେ ବିବାହିତ ମହିଳା ଜଣକ ନିଜର ହକ୍ ଦାବି କରି ଶଶୁର ଘର ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି ।

ସୂଚନା ଅନୁଯାୟୀ, ବେଗୁନିଆପଡ଼ା ବାଲିସାହିର ବିଶ୍ବଜିତ ଜଗନ୍ନାଥ ସାହୁଙ୍କ ସହିତ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ କସ୍ତୁରୀଙ୍କୁ ତାଙ୍କ ପରିବାର ବର୍ଗ ଅନ୍ଯତ୍ର ବିବାହ କରିଦେଇଥିଲେ । ଏହି କଥାକୁ ସହଜରେ ଗ୍ରହଣ କରିନଥିଲେ ପ୍ରେମିକ ବିଶ୍ବଜିତ । ପୂର୍ବରୁ ରଖିଥିବା ପ୍ରେମିକାର ବିଭିନ୍ନ ଅଶ୍ଲିଳ ଫଟୋକୁ କସ୍ତୁରୀଙ୍କ ସ୍ବାମୀଙ୍କୁ ଦେଖାଇଥିଲେ । ଏହାପରେ କସ୍ତୁରୀଙ୍କଠାରୁ ଅଲଗା ହୋଇଗଲେ ସ୍ବାମୀ । ଶେଷରେ କସ୍ତୁରୀକୁ ନେଇ ପ୍ରେମିକ ବିଶ୍ବଜିତ ପୁରୀରେ ଏବଂ ଭୁବନେଶ୍ବରରେ ବିବାହ କରିଥିଲେ । ରାଜଧାନୀରେ ଥିବା ଏକ ସଂସ୍ଥା ମାଧ୍ୟମରେ ଉଭୟଙ୍କ ବିବାହ କରି ପଞ୍ଜୀକରଣ କରାଯାଇଥିଲା । ଏହାରି ମଧ୍ୟରେ ଦୀର୍ଘ ୪ ବର୍ଷ ଧରି ଦୁହେଁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟଠାରେ ଏକ ଭଡା ଘରେ ରହି ଆସୁଥିଲେ । ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା । ଶେଷରେ କସ୍ତୁରୀକୁ ଛାଡ଼ି ଫେରାର ହୋଇଗଲେ ସ୍ବାମୀ ବିଶ୍ବଜିତ । ଯାହାକୁ ନେଇ ମହିଳା ଜଣଙ୍କ ବେଗୁନିଆପଡ଼ା ବାଲିସାହିରେ ଥିବା ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ସ୍ତ୍ରୀର ମାନ୍ୟତା ଦାବି, ଶାଶୁଘର ଆଗରେ ମହିଳାଙ୍କ ଧାରଣା

ଏସମ୍ପର୍କରେ କସ୍ତୁରୀ କହିଛନ୍ତି, "ଜଗନ୍ନାଥ ସାହୁ ତିନି ଥର ମୋତେ ଧୋକା ଦେଇଛନ୍ତି । ପୂର୍ବରୁ ଥରେ ତାଙ୍କ ସହ ନେବାପରେ ଘରେ ଆଣି ଛାଡ଼ି ଦେଇଥିଲେ । ଏହାପରେ ଭୁଲ ମାଗି ବିବାହ କରିବାକୁ କହିଥିଲେ । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିବାହ କରି ଦୁହେଁ ଏକାଠି ଦେଢମାସ ରହିଥିଲୁ । ମାତ୍ର ମିଛ କହି କେଉଁଆଡ଼େ ଫେରାର ହୋଇଯାଇଥିଲେ । ଖଲ୍ଲିଖୋଟରେ ରହିବା ବେଳେ ଗତ ୧୦ ଦିନ ହେବ ପୁଣି ଥରେ ଛାଡ଼ି ଚାଲିଯାଇଛନ୍ତି ।" ନ୍ୟାୟ ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କସ୍ତୁରୀ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.