ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Jun 26, 2021, 5:54 PM IST

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ
ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ପାଣି ମୋଟର ସୁଇଚ ଲଗାଇବା ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଏ ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୋଲିସ ପହଞ୍ଚିଥିବା ସୂଚନା ମିଳିଛି ।

ମୃତକ ଜଣ ହେଉଛନ୍ତି ଅରୁଣ କୁମାର ନାୟକଙ୍କ ପତ୍ନୀ ଲକ୍ଷ୍ମୀ ନାୟକ (୨୭) । ବିଦ୍ୟୁତ ଆଘାତ ପାଇବା ପରେ ଲକ୍ଷ୍ମୀ ଚିତ୍କାର କରି ଉଠିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ବିଦ୍ୟୁତ ସଂଯୋଗ କାଟି ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଗାଙ୍ଗପୁର ପୁଲିସ ମେଡ଼ିକାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.