ETV Bharat / state

ବର୍ଷାରେ ବେହାଲ ରେଶମ ସହର: ପ୍ରଶାସନକୁ ସଜାଗ ରହିଥିବାକୁ ନିର୍ଦ୍ଦେଶ - ବର୍ଷାରେ ଗଞ୍ଜାମ ସ୍ଥିତି ଖରାପ

ଗତ ଦୁଇ ଦିନର ଲଘୁଚାପ ଜନିତ ବର୍ଷା ଯୋଗୁଁ ରେଶମ ସହର ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ଥିତି ବେହାଲ । ଏନେଇ ପ୍ରଶାସନକୁ ସଜାଗ ରହିଥିବାକୁ କୁହାଯାଇଛି। ଅଧିକ ପଢନ୍ତୁ...

ବର୍ଷାରେ ବେହାଲ ରେଶମ ସହର: ପ୍ରଶାସନକୁ ସଜାଗ ରହିଥିବାକୁ ନିର୍ଦ୍ଦେଶ

author img

By

Published : Nov 13, 2021, 10:50 PM IST

ବ୍ରହ୍ମପୁର: ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଏହାକୁ ନେଇ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ଅଞ୍ଚଳ ସମେତ ଆଖପାଖରେ ରହିଥିବା ତଳି ଅଞ୍ଚଳର ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମାର ଜଳ ରାସ୍ତା ଉପରେ ଜମି ରହିବା ସହିତ ଅନେକଙ୍କ ଘରେ ନାଳ ପାଣି ପଶିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ନାନା ହଟ୍ଟହଟା ହେଇଛନ୍ତି ସହରବାସୀ ।

ବର୍ଷାରେ ବେହାଲ ରେଶମ ସହର: ପ୍ରଶାସନକୁ ସଜାଗ ରହିଥିବାକୁ ନିର୍ଦ୍ଦେଶ

ସେପଟେ ଦୁଇ ଦିନର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଚାଷ ଜମିରେ ମଧ୍ୟ ବର୍ଷା ପାଣି ଜମି ରହିଥିବାରୁ ଚିନ୍ତାରେ ଚାଷୀକୂଳ । ସେପଟେ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଜମି ରହିଥିବା ନାଳନର୍ଦ୍ଦମାର ପାଣିକୁ କିଭଳି ନିଷ୍କାସନ କରାଯିବ ସେନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ଦୃଷ୍ଟି ରଖାଯାଇଥିବା ବେଳେ ଆଗାମୀ ଦିନରେ ବର୍ଷା ଜାରି ରହିଲେ କିଭଳି ପଦକ୍ଷେପ ନିଆଯିବ ସେନେଇ ସମସ୍ତ ବିଭାଗକୁ ସତର୍କ କରି ରଖାଯାଇଥିବା ସୂଚନା ଦେଇଛନ୍ତି ମହାନଗର ନିଗମ କମିଶନର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.