ETV Bharat / state

ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସମ୍ପୂର୍ଣ୍ଣ ସଂଶୋଧିତ ହୋଇ ପ୍ରକାଶନ ହେଉ: ଜିଲ୍ଲାପାଳ - ୨୦୨୪ ସାଧାରଣ ନିର୍ବାଚନ

ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

voter id
voter id
author img

By ETV Bharat Odisha Team

Published : Dec 7, 2023, 7:53 AM IST

ବ୍ରହ୍ମପୁର: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଜାରି ରହିଛି । ଯେଉଁମାନଙ୍କ ନାଁ ଭୋଟର ଲିଷ୍ଟରେ ନାହିଁ କିମ୍ବା ଯେଉଁ ବ୍ୟକ୍ତିମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିଲେ ସେମାନଙ୍କ ସଂଶୋଧନ କରାଯାଇଛି। ଭୋଟର ତାଲିକା ସଂଶୋଧିତ ହୋଇ ଅଧିକ ଭୋଟଦାତା ମାନଙ୍କ ନାମ ଯେପରି ରହିବ ଏବଂ ପ୍ରକାଶିତ ତାଲିକାଟି ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ତଥ୍ୟ ଥାଇ ଯେପରି ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ ହେବ ସେଥି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଦେଇ ଆସୁଛନ୍ତି । ନିର୍ବାଚନ ପୂର୍ବବର୍ତ୍ତି ତାଲିକାଟି ଯେପରି ସଠିକ ହେବ, କୌଣସି ଭୋଟରଙ୍କ ନାମ ଯେମିତି ବାଦ୍ ପଡିବନି ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି ।

voter id correction process
voter id correction process

ଭୋଟର ତାଲିକା ସଂଶୋଧନ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ମାତ୍ର 4 ଦିନ ବାକିଥିବାରୁ ସମସ୍ତ ଆବେଦନ ପତ୍ରଗୁଡିକ ଯାଞ୍ଚ୍ କରି ଭୋଟର ତାଲିକାରେ ନାମ ସଂଯୋଗ, ନାମ ବାଦ, ଲିଙ୍ଗ ଅନୁପାତଗତ ସୂଚନା ,ଭୂଲ ସଂଶୋଧନ ଇତ୍ୟାଦି କାର୍ଯ୍ୟ ଶେଷ କରି ଆବେଦନ ପତ୍ର ଶୂନ ଯେପରି ହେବ ସେଥିପ୍ରତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସାଧାରଣ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ନେଇ ବସିଲା ସର୍ବଦଳୀୟ ବୈଠକ

ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଅନୁଯାୟୀ ସମୀକ୍ଷା କରାଯାଇଛି । ଆବେଦନ ପତ୍ର ଗୁଡିକର ସ୍ଥିତି, ସେଗୁଡିକର ସତ୍ୟାସତ୍ୟ ତଦନ୍ତ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରାଯାଇଛି । ଯେଉଁ ବୁଥ୍ ଗୁଡିକରେ ଲୋକ ସଂଖ୍ୟା କମ୍ ରହିଛି ତାହାର ପ୍ରକୃତ ସତ୍ୟାସତ୍ୟ ଯାଞ୍ଚ କରି ସଂପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କଠାରୁ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନାମ ଯେପରି ଭୋଟର ତାଲିକାରେ ପଞ୍ଜିକରଣ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ୧୮ ବର୍ଷ ଓ ୧୯ ବର୍ଷର ଯୁବକ ମାନଙ୍କ ନାମ ଯେମିତି ତାଲିକାରେ ଅନ୍ତର୍ଭୁକ୍ତ ହେବ । ପ୍ରତ୍ୟେକ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଠାରୁ ସେମାନଙ୍କ ଅନୁଷ୍ଠାନରେ କୌଣସି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣରୁ ବାଦ୍ ଦିଆଯାଇନାହିଁ । ସମସ୍ତଙ୍କ ନାମ ତାଲିକାରେ ପଞ୍ଜିକରଣ ହୋଇଛି ବୋଲି ପ୍ରମାଣପତ୍ର ଦାଖଲ କରିବେ । ସିଡିପିଓ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରିବେ ।

ମୃତ ବ୍ୟକ୍ତିଙ୍କ ନାମ ବାଦ୍ କରିବା ସମୟରେ ମୃତ୍ୟୁ ପ୍ରମାଣପତ୍ର ଯାଞ୍ଚ କରି ନାମ ବାଦ୍ କରିବାକୁ କୁହାଯାଇଛି । ଜିଲ୍ଲାର ୩୦ରୁ ୪୦ ପ୍ରତିଶତ ଲୋକ ବାହାର ରାଜ୍ୟରେ କର୍ମ ନିୟୋଜନ ନିମନ୍ତେ ଗସ୍ତ କରନ୍ତି ସେମାନେ ନିର୍ବାଚନ ସମୟରେ ଫେରି ନିଜର ମତ ସାବ୍ୟସ୍ତ କରିବେ । କୋଭିଡ୍ ସମୟରେ ସେମାନେ ଜିଲ୍ଲାକୁ ଫେରିଥିଲେ ସେହି ତଥ୍ୟକୁ ଆଧାର କରି ସଠିକ୍ ଯାଞ୍ଚ୍ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ । ନିର୍ବାଚନ ପୂର୍ବବର୍ତ୍ତୀ ସଂଶୋଧନ କାର୍ଯ୍ୟରେ ପଞ୍ଜିକରଣ ଅଧିକାରୀମାନେ ଶତ ପ୍ରତିଶତ ଷ୍ଟାଫ୍ ନିୟୋଜିତ କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ, ତହସିଲଦାର, ବିଡିଓ ପ୍ରମୁଖ ଭିଡିଓ କନଫେରନ୍ସ ମାଧ୍ୟମରେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.