ଭଞ୍ଜନଗର: ନୂଆବର୍ଷକୁ ସମସ୍ତେ ନାଚଗୀତରେ ସେଲିବ୍ରେଟ କରିଛନ୍ତି । ଏହି ସେଲିବ୍ରେଟରୁ ବାଦ ପଡିନାହାନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ସେ ଆସିକା ଟାଉନହଲ ପଡିଆରେ ନବବର୍ଷ ପାଳନ ଅବସରରେ ବେଶ ନାଚିବା ସହ ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ