ETV Bharat / state

କୋଭିଡ ଗାଇଡଲାଇନ୍‌ର ଉଲ୍ଲଘଂନ, ଜୋରିମାନା ଭରିଲେ ଅମାନିଆ - ଗଞ୍ଜାମ ଜିଲ୍ଲା ଅପଡେଟ ନ୍ୟୁଜ

ଗୋଟିଏ ପଟେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଅନ୍ୟପଟେ ଲୋକେ ଏବେ ମଧ୍ୟ ଏହାର ଗାଇଡଲାଇନକୁ ଅଣଦେଖା କରୁଛନ୍ତି । ଯାହାପାଇଁ ଭରିବାକୁ ପଡୁଛି ଜୋରିମନା । ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇନ୍‌ର ଉଲ୍ଲଂଘନ
କୋଭିଡ ଗାଇଡଲାଇନ୍‌ର ଉଲ୍ଲଂଘନ
author img

By

Published : May 8, 2021, 7:58 AM IST

ବ୍ରହ୍ମପୁର: ସାରା ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଛି ଲକଡାଉନ ସମେତ ସାପ୍ତାହନ୍ତ ସଟଡାଉନ। ଆଉ ଏଭଳି ସମୟରେ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର କୋଭିଡ ନିୟମ ସହିତ ସରକାରଙ୍କ ସମସ୍ତ କୋଭିଡ ଗାଇଡ ଲାଇନ୍ ପାଳନ କରିବାକୁ ଆହ୍ବାନ କରାଯାଉଛି ।

ହେଲେ ଏହି ନିୟମକୁ ଉଲ୍ଲଘଂନ କରି ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ଅଞ୍ଚଳର ଉଲ୍ଲଘଂନ କରିଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ୨୦ ହଜାର ଟଙ୍କାର ଜୋରିମନା ଆଦାୟ କରାଯାଇଥିବା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ଲାଠି, ଟାମଣା, ସିଂହଳା, ଗୁରୁଣ୍ଠି, ଲକ୍ଷ୍ମୀ ନାରାୟଣପୁର ଏବଂ ଲୋଚାପଡା ଅଞ୍ଚଳରେ ଚଢାଉ କରାଯାଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସଚେତନତା କରାଯିବା ସହ ଖିଲାପକାରଙ୍କ ଠାରୁ ଆଦାୟ କରାଯାଇଥିଲା ଏହି ଜୋରିମାନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.