ETV Bharat / state

ସରକାରୀ ସହାୟତା ଅପେକ୍ଷାରେ 2 ଅନାଥ ଭଉଣୀ - ସରକାରୀ ସହାୟତା

ଗଞ୍ଜାମ ଜିଲ୍ଲା ତିଳିସିଙ୍ଗି ପଞ୍ଚାୟତରେ 2 ଭଉଣୀ ଅନାଥ ହେବା ପରେ ବର୍ତ୍ତମାନ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ସରକାରୀ ସହାୟତା ଅପେକ୍ଷାରେ ଅନାଥ 2 ଭଉଣୀ
ସରକାରୀ ସହାୟତା ଅପେକ୍ଷାରେ ଅନାଥ 2 ଭଉଣୀ
author img

By

Published : Jun 22, 2021, 5:09 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗି ପଞ୍ଚାୟତ ଉଲୁଦନ ଗ୍ରାମରେ ବାପା ମାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି 2 ଭଉଣୀ । ସାହି ପଡିଶାଙ୍କ ସହାୟତାରେ ଦିନ କାଟୁଥିବା ଏହି ଅନାଥ ଶିଶୁ ସରକାରଙ୍କ ଅପେକ୍ଷାରେ ରହିଛନ୍ତି । ସେପଟେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ସରକାରୀ ସହାୟତା ଅପେକ୍ଷାରେ ଅନାଥ 2 ଭଉଣୀ

ଦୁଇ ଭଉଣୀ ଶାନ୍ତି ନାୟକ ଓ ଭାରତୀ ନାୟକଙ୍କ ପିତାଙ୍କ ଦୀର୍ଘ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ଏବେ କିଛି ଦିନ ହେଲା ମା'ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ବାପା ମା ଛେଉଣ୍ଡ ଏହି ଦୁଇ ଭଉଣୀ ଏବେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା 2 ଭଉଣୀଙ୍କୁ ମାତ୍ର ମିଳୁଛି ପାଞ୍ଚ କିଲୋ ଚାଉଳ । ସେତିକିରେ ଚଳିବା କଷ୍ଟକର ହୋଇପଡୁଥିବାବେଳେ ସାହି ପଡିଶା ମଧ୍ୟ କିଛିଟା ସହାୟତା ଯୋଗାଉଛନ୍ତି ।

ଗୋଟିଏ ପଟେ ଖାଇବାକୁ ଅଭାବ ଆଉ ଗୋଟିଏ ପଟେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ସବୁ କ୍ଷେତ୍ରରୁ 2 ଭଉଣୀ ଅସହାୟ ହୋଇପଡିଛନ୍ତି । ତେବେ ଉଭୟଙ୍କୁ ତୁରନ୍ତ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.