ETV Bharat / state

ସେପ୍ଟେମ୍ବରରୁ ଖୋଲିବ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟ - ସେପ୍ଚେମ୍ବରରୁ ଖୋଲିବ

ସେପ୍ଟେମ୍ବର ପହିଲାରୁ ଗଞ୍ଜାମରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜନ ସାଧାରଣଙ୍କ ପାଇଁ ଖୋଲାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ganjam dist
ganjam dist
author img

By

Published : Aug 28, 2020, 10:57 PM IST

Updated : Aug 29, 2020, 8:17 AM IST

ବ୍ରହ୍ମପୁର: ସେପ୍ଟେମ୍ବର ପହିଲାରୁ ଗଞ୍ଜାମରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜନ ସାଧାରଣଙ୍କ ପାଇଁ ଖୋଲାଯିବ । କୋଭିଡ କଟକଣା ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଆସନ୍ତା ସେପ୍ଟେମ୍ବର ପହିଲାରୁ ସାଧାରଣ ଜନତାଙ୍କ ଯିବା ପାଇଁ ମିଳିବ ଅନୁମତି ।

ସେପ୍ଚେମ୍ବରରୁ ଖୋଲିବ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟ

ଏନେଇ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ ପାରୁଲ ପଟୱାରି । ଏଣୁ ଜନସାଧାରଣ ଯେତେବେଳେ ସରକାରୀ କାର୍ଯ୍ୟାଳୟକୁ ଯିବେ ସେମାନେ ସେଠାରେ ସାମାଜିକ ଦୂରତ୍ୱ ପାଳନ କରିବା ସହ ଭଲଭାବରେ ମାସ୍କ ପରିଧାନ କରିବେ , ନିଜ ଶରୀରକୁ ଅଧିକ ଯତ୍ନ ନେବା ସହ ସେଭଳି ଅତ୍ୟନ୍ତ ଆବଶ୍ୟକତା ନଥିଲେ ବ୍ଲକର ହେଲଲାଇନରେ ଅଭିଯୋଗ କରିବାକୁ କୁହାଯାଇଛି । ଇତିମଧ୍ୟରେ କୋଭିଡର ଗ୍ରାଫ ଜିଲ୍ଲାରେ ଦେଖିଲେ ଗଞ୍ଜାମ ଜିଲ୍ଲା ସମେତ ଛତ୍ରପୁର ଉପଖଣ୍ଡରେ ସଂକ୍ରମଣ ହ୍ରାସ ପାଉଛି ।

ଫଳରେ ଜିଲ୍ଲାବାସୀ ସମସ୍ତେ ଧ୍ୟାନ ରଖିବା ସହ ଗହଳି ନକରିବା, ସାମାଜିକ ଦୂରତ୍ୱ ସହିତ ଭଲ ଭାବରେ ମାସ୍କ ପରିଧାନ କରିବା ସହ କୌଣସି ଅସୁସ୍ଥତା ଅନୁଭବ କଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାଇବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Last Updated : Aug 29, 2020, 8:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.