ଭଞ୍ଜନଗର: ସମ୍ପର୍କରେ ରକ୍ତର ଛିଟା । ଝିଆରୀକୁ ଛୁରାରେ ଆକ୍ରମଣ କଲା ଦାଦା । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ତଥା ବାଲିପଦର ଫାଣ୍ଡି ଅନ୍ତର୍ଗତ ବଣପଲ୍ଲୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଦାଦାର ଛୁରାମାଡରେ ଗୁରୁତର ହୋଇଛି ଝିଆରୀ ।
ସୂଚନାଅନୁସାରେ,ବଣପଲ୍ଲୀ ଗାଁର ଜଣେ ବ୍ୟକ୍ତି ତାଙ୍କ ଝିଆରୀ ସନ୍ତୋଷିନୀ ନାୟକଙ୍କୁ ଛୁରାମାଡ କରିଛନ୍ତି । ଛୁରୀରେ ତଣ୍ଟି କାଟିବା ସହିତ ପେଟକୁ ଭୁସିଥିଲା ଦାଦା । ଫଳରେ ଝିଆରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସନ୍ତୋଷିନୀ ନାୟକଙ୍କୁ ପ୍ରଥମେ ବୁଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ସନ୍ତୋଷିନୀଙ୍କ ଦାଦା ତାଙ୍କ ଉପରକୁ କାହିଁକି ଆକ୍ରମଣ କରିଛନ୍ତି ତାହା ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ