ETV Bharat / state

ଗଞ୍ଜେଇ ଚାଲାଣ ବେଳେ ୨୯ କିଗ୍ରା ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିବା ପରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ୨୯ କିଗ୍ରା ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ...

Two suspects were arrested,  29 kg of cannabis seized, Ganjam News, 29 କିଗ୍ରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ, ଗଞ୍ଜାମ ଖବର
ଗଞ୍ଜେଇ ଚାଲାଣ ବେଳେ ୨୯ କିଗ୍ରା ଗଞ୍ଜେଇ ସହ ଦୁଇ ଅଭିଯୁକ୍ତ ଗିରଫ
author img

By

Published : Jun 14, 2020, 3:39 AM IST

ବ୍ରହ୍ମପୁର: ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ପାଇ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ପୋଲିସ ୨୯ କିଗ୍ରା ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ତପ୍ତପାଣି ନିକଟସ୍ଥ ଟି.ଗୋବିନ୍ଦପୁର ପଞ୍ଚାୟତ ଖପରାବାଡ଼ ରାସ୍ତାରେ ସଟଡାଉନର ଫାଇଦା ଉଠାଇ ଗଞ୍ଜେଇ ମାଫିଆ ମାନେ ଅବାଧରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପାଟପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଏକ ବୁଲେଟ ବାଇକ ଓ 29 କିଗ୍ରା ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ଯୁବକ ଦ୍ବୟ ହେଲେ ଆସିକା ଥାନା ପୁଡୁଗେଶ୍ଵର ପଲ୍ଲୀର ଆଦିତ୍ୟ ନାହାକ ଓ ଆସିକା ସନ୍ତୋଷୀ ମନ୍ଦିର ସାହିର ଆଲୁଆ ଶର୍ମା ବୋଲି ସୂଚନା ମିଳିପାରିଛି । ଖବରପ୍ରକାରେ, ବର୍ତ୍ତମାନ ଜିଲ୍ଲାରେ କୋରୋନା ଲକଡାଉନ କଟକଣା ଜାରି ରହିଥିବା ବେଳେ ଶନିବାର ସଟଡାଉନ ମଧ୍ୟ ଜାରି ହୋଇଥିଲା । ଏହାର ସୁଯୋଗ ନେଇ ମାଫିଆ ମାନେ ତପ୍ତପାଣି ସଲଗ୍ନ ଜଙ୍ଗଲ ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିଲେ । ଏନେଇ ପାଟପୁର ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟକୁ ଦିଗପହଣ୍ଡି ସବ-ଜେଲ ହାଜତକୁ ପଠାଇ ଦିଆଯାଇଛି l

କିଛି ଦିନ ତଳେ ଗଞ୍ଜେଇ ବ୍ୟବସାୟକୁ ନେଇ ଅପହରଣ ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟିଥିଲେ ମଧ୍ୟ ସେହି ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର ଚାଲିବା ଆଲୋଚନାର ବିଷୟ ପାଲଟିଛି । ଏହି ଚଢାଉ ସମୟରେ ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ, ଏସଆଇ ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ଅର୍ଜୁନ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.