ETV Bharat / state

କାଉଡିଆଙ୍କ ଉପରେ ମାଡିଗଲା କାର: 2 ମୃତ, 11 ଆହତ - ଉଡିଆଙ୍କ ଉପରେ କାର ମାଡିଯିବାରୁ 2 ମୃତ

ଗଞ୍ଜାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାଉଡିଆଙ୍କ ଉପରେ କାର ମାଡିଯିବାରୁ 2 କାଉଡିଆଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Two kanwariyas died after hit by car
Two kanwariyas died after hit by car
author img

By

Published : Aug 21, 2023, 8:56 AM IST

Updated : Aug 21, 2023, 10:47 AM IST

Two kanwariyas died after hit by car

ବ୍ରହ୍ମପୁର: ଶ୍ରାବଣ ସୋମବାରରେ ଅଘଟଣ । କାଉଡିଆଙ୍କ ଉପରେ ମାଡିଗଲା କାର । 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 11 ଜଣ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଗଞ୍ଜାମ ଆସିକାର କୋଟିନଡା-ଭେଜିପୁଟ ରାସ୍ତାରେ । ଜଣେ କାଡୁଆଡିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମିଡିକାଲରେ ଭର୍ତ୍ତି କରାଯାଇଛି । 4ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅରଖପୁର ତାଡ଼କେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇ ମୃତକ ବୁଗୁଡା ବ୍ଲକ ତାଡକେଶ୍ବର ଅଞ୍ଚଳର ଅନିତା ଜେନା ଏବଂ ମୁକୁନା ବେହେରା ।

ଗତକାଲି (ରବିବାର) ବିଳମ୍ୱିତ ରାତିରେ ଆସିକା ଥାନା ନିକଟବର୍ତ୍ତୀ କୋଟିନଡା ଭେଜିପୁଟ ନିକଟରେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଶ୍ରାବଣ ମାସ ସୋମବାର ଅବସରରେ ନିକଟବର୍ତ୍ତୀ ନଦୀରୁ ପାଣି ଉଠାଇ କାଉଡିଆ ମାନେ ଆସିକାରୁ ଅରଖପୁର ଅଞ୍ଚଳକୁ ପାଣି ଭାର ନେଇ ଶିବ ମନ୍ଦିର ଯାଉଥିଲେ । ଏହି ସମୟରେ ଏକ କାର ଦ୍ରୁତ ଗତିରେ ଆସି କାଉଡିଆଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଅନିତା ଜେନାଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ମୁକୁନା ବେହେରାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ୧୧ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନଦୀରେ ବୁଡି କାଉଡିଆ ନିଖୋଜ ଘଟଣା; ୨୨ ଘଣ୍ଟା ପରେ ମିଳିଲା ମୃତଦେହ

ସୂଚନା ଥାଉକି, ଗତ ଅଗଷ୍ଟ ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଜରଡା ଥାନା ଅନ୍ତର୍ଗତ କଣିଆବସା ଘାଟିରେ ମେକ୍ସପିକଅଫ୍ ଓଲଟି ପଡିବା ଯୋଗୁଁ କିଛି କାଉଡିଆ ଆହାତ ହୋଇଥିଲେ । ସମସ୍ତ ଆହତଙ୍କୁ ଖାରିଆଗୁଡା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେହି ଦିନ ବାଲେଶ୍ବର ସାଳନ୍ଦୀ ନଦୀରେ ବୁଡି ଦୁଇ କାଉଡିଆ ନିଖୋଜ ହୋଇଯାଇଥିଲେ । ଘଟଣାର ଗୋଟିଏ ଦିନ ପରେ ନଦୀରୁ ମିଳିଥିଲା ଦୁଇ କାଉଡ଼ିଆଙ୍କ ମୃତଦେହ । ମହାଦେବଙ୍କ ପାଖରେ ଜଳଲାଗି ପାଇଁ ନଦୀରୁ ପାଣି ଉଠାଉଥିବା ବେଳେ ଉଭୟ ଭାସି ଯାଇ ନିଖୋଜ ହୋଇଯାଇଥିଲେ ।

ଗତ ଜୁଲାଇ 31 ତାରିଖରେ ପିପିଲି ଛକରେ ସଡକ ଦୁର୍ଘଟଣା ଘଟିଥିଲା । ପାଣି ନେଇ ଯାଉଥିବା ବେଳେ କାଉଡିଆଙ୍କ ଉପରେ ଚଢିଯାଇଥିଲା କାର । ଘଟଣାସ୍ଥଳରୁ କାଉଡିଆଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତ ହୋଇଥିବା କାଉଡିଆ ହେଲେ ପୁରୀ ମାର୍କଣ୍ଡ ସାହିର ମଧୁବନ ଅଞ୍ଚଳର ନୃସିଂହ ମୁଦୁଲି ବୋଲି ପରେ ଜଣାପଡିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 21, 2023, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.