ETV Bharat / state

ଆକାଶରୁ ଖସିଲା କାଳ: ବଜ୍ରାଘାତରେ ଦୁଇ ମୃତ, ତିନି ଆହତ - ବଜ୍ରପାତରେ ଗଲା ଜୀବନ

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ଗଞ୍ଜାମର ପାହାଡ ଗ୍ରାମରେ। ଅଧିକ ପଢ଼ନ୍ତୁ

ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ

author img

By

Published : Jun 10, 2023, 10:25 PM IST

ବ୍ରହ୍ମପୁର: କାଳ ସାଜିଲା ବଜ୍ରପାତ । ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ଗଞ୍ଜାମ ପାତ୍ରପୁର ତହସିଲ ଅନ୍ତର୍ଗତ ଖାରିଆଗୁଡା ପଞ୍ଚାୟତ ପାହାଡ ଗ୍ରାମରେ । ଶନିବାର ଅପରାହ୍ନରେ ହଠାତ୍ ବଜ୍ରପାତରେ ୧୯ ବର୍ଷୀୟ ରୂପ ଶବରଙ୍କ ମୃତ୍ୟୁ ଘଟିଛି। ଏହାସହ ରୂପଙ୍କ ମାମୁଁ ୪୫ ବର୍ଷୀୟ ମିନ ଶବର ଓ ମୀନଙ୍କ ୧୦ ବର୍ଷୀୟ ପୁତ୍ର ଥବୀର ଶବର ଆହତ ହୋଇଥିଲା।

ଅଧିକ ପଢ଼ନ୍ତୁ: କାଳ ସାଜୁଛି କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ମୃତ

ସଚନାନୁଯାୟୀ ରୂପ ଶବର ତାଙ୍କ ମାମୁ, ଓ ମାମୁ ପୁଅ କୌଣସି ଏକ କାର୍ଯ୍ୟରେ କନିରିଡ଼ା ଆସିଥିଲେ। ରାସ୍ତାରେ ହଠାତ ବଜ୍ରପାତ ହୋଇଥିଲା। ଯାହାଫଳରେ ତାଙ୍କ ମାମୁ ଓ ମାମୁ ପୁଅ ସଂଜ୍ଞାନହୀନ ହୋଇ ରାସ୍ତା ପଡିଥିଲେ। ଏଭଳି ଘଟଣା ଜଣାପଡ଼ିବା ପରେ ନିକଟବର୍ତ୍ତୀ ଗ୍ରାମବାସୀ ପାତ୍ରପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସମସ୍ତଙ୍କୁ ପଠାଇଥିଲେ। ହେଲେ ରୂପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ମାମୁ ଓ ମାମୁ ପୁଅ ଆହତ ହୋଇଥିବା ବେଳେ ତାଙ୍କର ଆବସ୍ଥ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛି। ଘଟଣାସ୍ଥଳରେ ଜରଡ଼ା ଥାନା ପୋଲିସ୍ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ସେହିପରି ଏହି ବ୍ରଜାପାତରେ ମନ୍ଦରଡ଼ା ଗ୍ରାମର ୫୫ ବର୍ଷୀୟ ହରିଶ୍ଚନ୍ଦ୍ର ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ଭଣଜା କେଦାର ଗୌଡ ଏହି ଘଟଣାରେ ଆହତ ହୋଇଛନ୍ତି । କୌଣସି କାର୍ଯ୍ୟପାଇଁ ବାହାରକୁ ଯାଇଥିବା ବେଳେ ଏପରି ଅଭାବନୀୟ ଘଟଣା ଘଟିଥିଲା।

ଅଧିକ ପଢ଼ନ୍ତୁ: ବଜ୍ରପାତରେ ଜଳିଗଲା ୧୦ ବଖରା ଘର: ନିଆଁରେ ପୋଡି ହୋଇ ୨ ଗୁରୁତର

ସେହିପରି ଆଜି ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷାରେ ଜଗତସିଂହପୁର ତିତ୍ତୋଲ ଥାନା ଅନ୍ତର୍ଗତ ନାଲିବର ଗ୍ରାମରରେ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ବଜ୍ରପାତ କାରଣରୁ ଗାଁର ନାରାୟଣ ଦାଶଙ୍କର ମୃତ୍ୟୁ ହୋଇଛି। ନାରାୟଣ ଛେଳି ଚରାଇବା ପାଇଁ ଗାଁ ହୁଡାକୁ ଯାଇଥିବା ବେଳେ ବର୍ଷା ଓ ପବନ ଯୋଗୁ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଏହି ସମୟରେ ହଠାତ ବଜ୍ରପାତ ହେବାରୁ ତାଙ୍କୁ ଗାଁ ଲୋକେ ସଂଜ୍ଞାହୀନ ଅବସ୍ଥାରେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବଜ୍ରପାତରେ 10 ରୁ ଅଧିକ ଛେଳିଙ୍କ ଜୀବନ ଯାଇଥିବା ଖବର ମିଳିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.