ବ୍ରହ୍ମପୁର: ପୁଣି ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ । ଯେଉଁଥିରେ ଟ୍ରକର ହେଲପରଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

ଗଞ୍ଜାମ ଓ ଗଜପତି ସୀମାନ୍ତ ରାସ୍ତାର ତପ୍ତପାଣି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ରବିବାର ବିଳମ୍ବିତ ରାତିରେ ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମକା ବୋଝେଇ ଟ୍ରକ (ଡାବ୍ଳୁବି ୩୩ ଏ୪୦୫୬) ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଘାଟି ନିକଟ କାଳିବୁରେଇ ଗ୍ରାମ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଘଟଣାସ୍ଥଳରେ ହିଁ ହେଲପର ଜଣକ ମୃତ ହୋଇଥିବା ସୂଚନା ମିଳିଥିବା ବେଳେ ଡ୍ରାଇଭର ଫେରାର ରହିଥିବା କୁହାଯାଇଛି । ସେପଟେ ବିଳମ୍ବିତ ରାତ୍ର ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡିନାହିଁ । ଏନେଇ ପାଟପୁର ପୋଲିସ ଖବର ପାଇ ସ୍ଥାନୀୟ ଥାନା ଅଧିକାରୀଙ୍କ ନେତୃତ୍ବରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ