ETV Bharat / state

ଗଞ୍ଜାମ ଆସୁଛନ୍ତି ରାଷ୍ଟ୍ରପତି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ଭୁବନେଶ୍ବର ବିମାନ ବନ୍ଦରରେ ଅପରାହ୍ଣ ୨.୪୦ ମିନିଟରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି । ପରେ ସେଠାରୁ ହେଲିକେପ୍ଟର ଯୋଗେ ସିଧାସଳଖ ଗଞ୍ଜାମ ଗସ୍ତ କରିବେ । ଯାହାକୁ ନେଇ ଜିଲ୍ଲା ପୋଲିସ ପକ୍ଷରୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 27, 2019, 12:53 PM IST

ବ୍ରହ୍ମପୁର: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସୂଚୀରେ ଗଞ୍ଜାମର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ସେ । ଏହାକୁ ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାୟୁସେନାର ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ୨.୪୦ ମିନିଟ୍ରେ ପହଞ୍ଚିବେ ରାଷ୍ଟ୍ରପତି। ପରେ ସେଠାରୁ ସିଧାସଳଖ ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପରେ ଦିନ ୩.୩୦ ମିନିଟ୍ ରେ ଅବତରଣ କରିବେ।

ସେଠାରେ ପହଞ୍ଚିବା ପରେ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଟାଟଙ୍କ ସମେତ ଅନ୍ୟ ଅଧିକାରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହ କଲେଜ ପରିସରକୁ ପାଛୋଟି ନେବେ । ଆର୍ମି ଏୟାର ଡିଫେନ୍ସ କଲେଜରେ ଥିବା ସ୍ବତନ୍ତ୍ର କକ୍ଷରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳ ସମୟରେ ରାଷ୍ଟ୍ରପତି ଆର୍ମି ଏ.ଡି କଲେଜର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରୁ ରାଜଧାନୀ ଫେରିଯିବେ ବୋଲି ସୂଚନା ମିଳିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସେପଟେ ରାଷ୍ଟ୍ରପତି କୋବିନ୍ଦଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏୟାରଷ୍ଟ୍ରିପ୍ ର ସୁରକ୍ଷା, ଟ୍ରାଫିକ୍ ଏଣ୍ଡ ରୁଟ ଲାଇଲିଙ୍ଗ୍ ଏବଂ କାରକେଟ୍ ଭଳି ସମସ୍ତ ପ୍ରଟୋକଲ କୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦୦ ଜଣ ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡିଶା ଗ୍ରସ୍ତ କରି ଗଞ୍ଜାମ ଜିଲ୍ଲାରେ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏବହାକୁ ନେଇ ପ୍ରଶାସନର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଦିନ ୨.୪୦ ମିନିଟ୍ ରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପ୍ ରେ ଦିନ ୩.୩୦ ମିନିଟ୍ ରେ ପହଞ୍ଚିବା ପରେ ସେଠାରେ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡେଟ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିବା ସହ ଏୟାର ଡିଫେନ୍ସ କଲେଜ କୁ ପାଛୋଟି ନେବା ପରେ ରାଷ୍ର୍େପତି ସେଠାରେ ରାତ୍ରଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳ ସମୟରେ ରାଷ୍ଟ୍ରପତି ଆର୍ମି ଏ.ଡି କଲେଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାରୁ ରାଜଧାନୀ ଫେରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଷ୍ଟ୍ରପତି ଙ୍କ ଗ୍ରସ୍ତ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପରିସରରେ ଗ୍ରସ୍ତ କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ରାଷ୍ଟ୍ରପତି ଙ୍କ ସୁରକ୍ଷା ଦୃଷ୍ଟିରୁ ସଂପୃର୍ଣ୍ଣ ସୁରକ୍ଷା କୁ ଦୃଷ୍ଟିରେ ରଖି ଏୟାରଷ୍ଟ୍ରିପ୍ ର ସୁରକ୍ଷା , ଟ୍ରାଫିକ୍ ଏଣ୍ଡ ରୁଟ ଲାଇଲିଙ୍ଗ୍ ଏବଂ କାରକେଟ୍ ଭଳି ସମସ୍ତ ପ୍ରଟୋକଲ କୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦୦ ଜଣ ବରିଷ୍ଠ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟତଃ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ରାଷ୍ଟ୍ରପତି ଙ୍କ କାରକେଟ୍ ଦାୟିତ୍ୱ ରେ ରହିବେ ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...

* ଭିଜୁଆଲ ମୋଜୋ ରେ ଯାଇଛି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.