ଭଞ୍ଜନଗର: କୋରୋନାର ଦ୍ଵିତୀୟ ଲହର ମହାତାଣ୍ଡବ ରଚିଚାଲିଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତର ଗାମୁଣ୍ଡି ଗ୍ରାମରେ । ଭତ୍ତା ଟଙ୍କା ବାଣ୍ଟିବା ସମୟରେ ନା କେହି ମାସ୍କ ପିନ୍ଧିଥିଲେ, ନା ଥିଲା ସାମାଜିକ ଦୂରତା ।
ରାଜ୍ୟ ସରକାର କୋରୋନାକୁ ନେଇ ବହୁ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ବାସ୍ତବରେ ନା ସରକାରୀ କର୍ମଚାରୀ ନିୟମକୁ ପାଳନ କରୁଛନ୍ତି, ନା ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରୁଛନ୍ତି । ଖୁଲମ ଖୋଲା ସରକାରୀ ନିୟମର ଧଜିଆ ଉଡାଉଥିବା ଦେଖିବାକୁ ମୁଳୁଛି । ଶେଷରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘରକୁ ଘର ବୁଲି ଭତ୍ତା ଟଙ୍କା ବଣ୍ଟା ଯିବାର ଦେଖିବାକୁ ମିଳିଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ