ETV Bharat / state

ପୁଣି ଫେଲ୍ ମାରିଲା ସରକାରଙ୍କ ଜନନୀ ଯନ୍ତ୍ରଣା: ଖଟିଆରେ ବୁହା ହେଲେ ଗର୍ଭବତୀ

ଜନନୀ ଯନ୍ତ୍ରଣାଠୁ ବଳି ପଡିଲା ଗାଁ ରାସ୍ତା । ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Jun 27, 2021, 8:53 PM IST

ଖଟିଆରେ ବୁହା ହେଲେ ଗର୍ଭବତୀ: ପୁଣି ଫେଲ୍ ମାରିଲା ସରକାରଙ୍କ ଜନନୀ ଯନ୍ତ୍ରଣା

ଭଞ୍ଜନଗର: ଗଞ୍ଜାମ ଓ କନ୍ଧମାଳ ସୀମାବର୍ତ୍ତୀ ଅଞ୍ଚଳ ଗମ୍ଭାରୀ ଗୋଚ୍ଛା ଗ୍ରାମରେ ଆଜି(ରବିବାର) ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତରେ ଥିବା ଦୁର୍ଗମ ଅଞ୍ଚଳ ଗମ୍ଭାରୀଗୋଚ୍ଛା ଗ୍ରାମରେ ଗର୍ଭବତୀ ସରୋଜିନୀ ମଳିକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ନିକଟସ୍ଥ ଗାଲେରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜଣାଇଥିଲେ ।

ସେପଟେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ 102 ଯାଇଥିଲା କିନ୍ତୁ ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ରଗାପାଦୁ ଗ୍ରାମ ନିକଟରେ ଅଟକି ଯାଇଥିଲା । ପରେ ଗମ୍ଭାରିଗୋଚ୍ଛା ଗ୍ରାମରୁ ଉକ୍ତ ଜନନୀକୁ ଏକ ଖଟିଆ ମାଧ୍ୟମରେ ଗ୍ରାମର କିଛି ଲୋକ ଆମ୍ବୁଲାନ୍ସ ନିକଟକୁ କାନ୍ଧରେ ବୋହି ନେଇଥିଲେ ।

ସେଠାରୁ 102 ଯୋଗେ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ସେଠାରେ ସରୋଜିନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.