ETV Bharat / state

କୋଭିଡ୍ ଚିକିତ୍ସା ପାଇଁ ଗଞ୍ଜାମରେ ଆରମ୍ଭ ହେବ ଟେଲି ମେଡିସିନ ସେବା

ଗଞ୍ଜାମରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

ଗଞ୍ଜାମରେ କୋଭିଡ୍ ଚିକିତ୍ସା ପାଇଁ ଆରମ୍ଭ ହେବ ଟେଲି ମେଡିସିନ୍ ସେବା: ଜିଲ୍ଲାପାଳ

author img

By

Published : Apr 16, 2021, 6:36 AM IST

ବ୍ରହ୍ମପୁର:ରାଜ୍ୟ ତଥା ଦେଶରେ କୋରୋନାର ଦ୍ବିତୀୟ ଲହର ପରିଲିକ୍ଷିତ ହେଉଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସତର୍କ ରହିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପ୍ରତ୍ୟେକ ବ୍ୟକ୍ତି ନିଜକୁ କୋରୋନା ଯୋଦ୍ଧା ଭାବେ ମନେକରି ସତର୍କ ରହିବା ଉଚିତ୍ ବୋଲି ସେ କହିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସରକାର ଲକଡାଉନ କିମ୍ବା ସଟଡାଉନ କରିବା ସପକ୍ଷରେ ନାହାନ୍ତି । ଏଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ପରିଧାନ ସହ ସତର୍କତା ଅବଲମ୍ବନ କରିବା ନିହାତି ଜରୁରି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ଜିଲ୍ଲାରେ କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ କରିଛନ୍ତି । ଜିଲ୍ଲାକୁ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖି ବା ସହ ସେମାନଙ୍କ ପଞ୍ଜିକରଣ କରି ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ବ୍ୟବସ୍ଥା କରିବା ନେଇ ଆଲୋଚନା କରିଛନ୍ତି । ସେହିପରି ଦୋକାନଗୁଡିକରେ ସାମାଜିକ ଦୂରତା ନିୟମକୁ କଡାକଡି କରିଛନ୍ତି । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ଦୋକାନକୁ 3 ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପ୍ରବାସୀମାନେ ହୋମ କ୍ବାରେଣ୍ଟାଇନରେ ରହୁଛନ୍ତି ସେମାନଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିବା ସହ ସେମାନଙ୍କୁ ଔଷଧ ଯୋଗାଇଦେବାକୁ କହିଛନ୍ତି । ଏଥିସହ ସେମାନଙ୍କ ଗୃହ ସମ୍ମୁଖରେ ପୋଷ୍ଟର ଲଗାଇବାକୁ କହିଛନ୍ତି ।

ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି.କୀର୍ତ୍ତି ଭାଶନ୍, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.