ETV Bharat / state

ବ୍ରହ୍ମପୁର ସହର ପରିକ୍ରମା କରିବ ସ୍ବାମୀ ବିବେକାନନ୍ଦଙ୍କ ରଥ - ସ୍ବାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ

ଆଜି ବ୍ରହ୍ମପୁର ପହଞ୍ଚିବ ସ୍ବାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥ । ଆସନ୍ତାକାଲି ବିବେକାନନ୍ଦଙ୍କ ରଥକୁ ସ୍ବାଗତ କରି ସହର ପରିକ୍ରମା କରିବ । ଅଧିକ ପଢ଼ନ୍ତୁ

press meet
ସାମ୍ବାଦିକ ସମ୍ମିଳନୀ
author img

By

Published : Jan 17, 2023, 11:37 AM IST

ବ୍ରହ୍ମପୁର ସହର ପରିକ୍ରମା କରିବ ସ୍ବାମୀ ବିବେକାନନ୍ଦଙ୍କ ରଥ

ବ୍ରହ୍ମପୁର: ସହର ପରିକ୍ରମା କରିବ ସ୍ବାମୀ ବିବେକାନନ୍ଦଙ୍କ ରଥ । ସାରା ରାଜ୍ୟରେ ୨୦ ଗୋଟି ଜିଲ୍ଲା ପରିକ୍ରମା କରିଥିବା ସ୍ବାମୀ ବିବେକାନନ୍ଦଙ୍କ ରଥ ସୋମବାର ସନ୍ଧ୍ୟା ସମୟରେ ଆସି ବ୍ରହ୍ମପୁରରେ ପହଞ୍ଚିବ । ଆସନ୍ତା ୧୮ ତାରିଖ ସକାଳେ ବ୍ରହ୍ମପୁର ସହର ପରିକ୍ରମା କରିବ ସ୍ବାମୀ ବିବେକାନନ୍ଦଙ୍କ ରଥ ।

ବିବେକାନନ୍ଦ କେନ୍ଦ୍ର, କନ୍ୟାକୁମାରୀ ବ୍ରହ୍ମପୁର ପକ୍ଷରୁ 'ଉଠ ଜାଗ ଅମୃତ ମହୋତ୍ସବ ଯାତ୍ରା' ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । କନ୍ୟାକୁମାରୀରୁ ବାହାରି ଭାରତର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରି ଅମୃତ ମହୋତ୍ସବ ଯାତ୍ରା ତଥା ସ୍ବାମୀ ବିବେକାନନ୍ଦଙ୍କ ରଥ ଯୁବ ସପ୍ତାହ ଶେଷ ଭାଗରେ ଅର୍ଥାତ୍ ୧୮ ତାରିଖରେ ବ୍ରହ୍ମପୁର ପରିକ୍ରମା କରିବ । ଏହି ଅବସରରେ ବିବେକାନନ୍ଦଙ୍କ ରଥକୁ ସ୍ୱାଗତ ଓ ଜନଜାଗରଣ ପାଇଁ ନଗର ପରିକ୍ରମା କରାଯିବ ଏବଂ ସନ୍ଧ୍ୟାରେ ଟାଉନ ହଲ୍‌ରେ ସାଧାରଣ ସଭା ଆୟୋଜିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup 2023: ପଏଣ୍ଟ ବାଣ୍ଟିଲେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା, ୩-୩ ଗୋଲରେ ମ୍ୟାଚ୍‌ ଡ୍ର

ନଗର ପରିକ୍ରମା ସମୟରେ ସମସ୍ତ ସହରବାସୀ ଏବଂ ବିଭିନ୍ନ ସଙ୍ଗଠନ ଏଥିରେ ବହୁଳ ଭାବରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି । ଆୟୋଜିତ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଭଞ୍ଜବିଭାଗ ସଞ୍ଚାଳକ ଡ. ସଚ୍ଚିଦାନନ୍ଦ ପାତ୍ର ଏବଂ ନଗର ପ୍ରମୁଖ ଡ.ଗୋପାଳ କୃଷ୍ଣ ପାଣିଗ୍ରାହୀଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ମୁଖ୍ୟତଃ ୧୭ ତାରିଖ ସନ୍ଧ୍ୟା ୭ରେ ରଥକୁ ଗୋଷାଣୀ ନୂଆଗାଁ ଠାରେ ସ୍ବାଗତ କରାଯିବ । ୧୮ ତାରିଖ ସକାଳେ ଗୋଷାଣୀ ନୂଆଗାଁ ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଶିଷ୍ଟ ଅତିଥି ଓ ଯୁବ ବର୍ଗ, ଛାତ୍ରଛାତ୍ରୀଙ୍କ ଗହଣରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବିଜପୁର, ଖଲ୍ଲିକୋଟ କଲେଜ ଛକ, ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଛକ, ବିଜୁ ପଟ୍ଟନାୟକ ପାର୍କ ରୋଡ୍‌, ଆସ୍କା ରୋଡ଼ ଦେଇ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିବ ।

ଏହା ମଧ୍ୟ ପଢ଼ନ୍ତୁ: ଯୋଗ୍ୟ ହିତାଧିକାରୀ ଆବାସ ନପାଇଲେ ନବୀନ ନିବାସ ଘେରିବ ବିଜେପି, କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

ପରେ ଟାଉନ ହଲ୍‌ରେ ଅଭ୍ୟର୍ଥନା କମିଟି ତରଫରୁ ଅନୁଷ୍ଠିତ ସାଧାରଣ ସଭାରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଉପ ସଭାନେତ୍ରୀ ପଦ୍ମଶ୍ରୀ ନିବେଦିତା ରଘୁନାଥ ଭିଡେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାରଗର୍ଭ ଭାଷଣ ପ୍ରଦାନ କରିବେ । ନଗର ପରିକ୍ରମା ସମୟରେ ରଥକୁ ବିଭିନ୍ନ ସ୍ଥାନରେ ଥିବା ଅନୁଷ୍ଠାଗୁଡିକ ପକ୍ଷରୁ ସ୍ବାଗତ କରାଯିବ । ତେଣୁ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ ପାଇଁ ବିବେକାନନ୍ଦ କେନ୍ଦ୍ର ଓ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.