ଭଞ୍ଜନଗର: ସଦର ବ୍ଲକର ପ୍ରତି ପଞ୍ଚାୟତ ବୁଲି ସଚେତନ କରାଉଛନ୍ତି ସ୍ବଚ୍ଛ ଭାରତ ମିଶନର 12 ଜଣିଆ ପ୍ରତିନିଧି ଦଳ । ସୋରଡ଼ାରୁ ଆସିଥିବା ଏହି ଟିମର ମୁଖ୍ୟ ଉଦେଶ୍ୟ ହେଲା ବାହାରେ କୌଣସି ଲୋକ ମଳତ୍ୟାଗ ନକରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଶୌଚାଳୟକୁ ବ୍ୟବହାର କରନ୍ତୁ ।
‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’ ନାରାଦେଇ ଏହି ବାରଜଣିଆ ପ୍ରତିନିଧି ଦଳ ଚାରୋଟି ଭାଗରେ ବିଭକ୍ତ ହୋଇଛନ୍ତି । ଭଞ୍ଜନଗର ବ୍ଲକ ର 22ଟି ପଞ୍ଚାୟତକୁ ବୁଲି ଦେଖିବା ସହିତ ଲୋକଙ୍କ ସହିତ ଆଲୋଚନା କରି ସଚେତନ କରାଉଛନ୍ତି । ବାହାରେ ମଳତ୍ୟାଗ ନକରି ଶୌଚାଳୟକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି ଏହି ପ୍ରତିନିଧି ଦଳ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ