ETV Bharat / state

ଜମି ଫେରି ପାଇବେ କାଳିପଲ୍ଲୀ ଚାଷୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

ଟାଟା ଷ୍ଟିଲ ଦ୍ବାରା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ କାଳିପଲ୍ଲୀ ମୌଜାର ଜମି ଅଧିଗ୍ରହଣକୁ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି । ଉତ୍ତରାଧିକାରୀଙ୍କୁ ଜମି ଫେରସ୍ତ କରାଯିବା ଘୋଷଣା ପରେ ମୁୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଦଳୀୟ କର୍ମୀ ଏବଂ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

state cabinet decided return land in kalipalli to owner villagers thanked to cm
କାଳିପଲ୍ଲୀ ଉତ୍ତରାଧିକାରୀଙ୍କୁ ଜମି ଫେରସ୍ତ ନେଇ କ୍ୟାବିନେଟର ନିଷ୍ପତ୍ତି, ମୁୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ
author img

By

Published : Oct 22, 2022, 8:36 AM IST

Updated : Oct 22, 2022, 9:47 AM IST

ବ୍ରହ୍ମପୁର: ଟାଟା ପ୍ରକଳ୍ପ ନାମରେ ଅଧିଗ୍ରହଣ ହୋଇଥିବା କାଳିପଲ୍ଲୀ ମୌଜାରେ ଜମି ଫେରିପାଇବେ ଗ୍ରାମବାସୀ । ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ଦୁଇ ଦଶନ୍ଧି ଧରି ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ବୃହତ ଇସ୍ପାତ ପ୍ରକଳ୍ପ ଲାଗି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ କାଳିପଲ୍ଲୀ ମୌଜାର ଜମି ଅଧିଗ୍ରହଣ ସ୍ଥାନରେ କୈାଣସି ପ୍ରକଳ୍ପ ହୋଇପାରିନଥିଲା।

ଜମି ଫେରି ପାଇବେ କାଳିପଲ୍ଲୀ ଚାଷୀ

IDCO ଦ୍ବାରା ଅଧିକୃତ ହୋଇଥିବା ଉକ୍ତ ଜମି ବ୍ୟବହୃତ ହୋଇନଥିବା ଯୋଗୁଁ 206 ଏକର 685 ଡିସିମିଲ ଜମିକୁ ବୃହତ୍ତର ଜନ ସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ମୂଳଖାତା ରୟତ କିମ୍ବା ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ଫେରସ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏପରିକି ଜମି ଗ୍ରହିତାମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ ରାଶି ସେମାନେ ଫେରସ୍ତ କରିବେ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଗତ କିଛି ମାସ ତଳେ ଉକ୍ତ ସ୍ଥାନରେ ଦୀପକ ପଟିଲାଇଜର ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗ୍ରାମବାସୀମାନେ ଏହାକୁ ମିଳିତ ଭାବରେ ବିରୋଧ କରିବା ସହିତ ବ୍ୟବହାର ଉପଯୋଗୀ ହୋଇନଥିବା ଜମିରେ ପୁନଃ ନୋଟିଫିକେସନ କରି ଜମି ଫେରାଇବାକୁ ଦାବି କରିଥିଲେ । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ଘୋଷଣା ହେବାପରେ ଗ୍ରାମବାସୀ ଖୁସିବ୍ୟକ୍ତ କରିଥିଲେ। ଏହି ଅବସରରେ

ଏହା ମଧ୍ୟ ପଢ଼ନ୍ତୁ: State Cabinet Meeting: 6 ପ୍ରସ୍ତାବକୁ କ୍ୟାବିନେଟ ମୋହର

ଛତ୍ରପୁରରେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଦଳର ନେତୃବୃନ୍ଦ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବ୍ରହ୍ମପୁରର ମେୟର ସଙ୍ଘମିତ୍ରା ଦଳେଇ ଓ ଡେପୁଟି ମେୟରଙ୍କ ସମେତ ବିଜେଡି ଦଳର ବହୁ ବରିଷ୍ଠ ନେତା କ୍ୟାବିନେଟର ନିଷ୍ପତ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 22, 2022, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.