ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଲମ୍ବ ଗ୍ରାମରେ ବାପା ମାଡ଼ରେ ପୁଅର ମୃତ୍ୟୁ । ଘଟଣାରୁ ପ୍ରକାଶ ଯେ, ମା' ନାମରେ ଗୋଟିଏ ରାସନ କାର୍ଡ ରହିଥିଲା । ଆଜି(ଗୁରୁବାର) ରାସନ ଆଣିବା ପାଇଁ ଯାଇଥିବା ପୁଅ ଅନିଲ ପ୍ରଧାନ ଓ ବାପା ବନମାଳି ପ୍ରଧାନ ମଧ୍ୟରେ ରାସନ ସାମଗ୍ରୀକୁ ଭାଗ ବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ଉତ୍ୟକ୍ତ ହୋଇ ବାପା ନିଜ ଜନ୍ମ କଲା ଦିବ୍ୟାଙ୍ଗ ପୁଅକୁ ମାଡ଼ ମାରିଥିଲା । କିଛି ସମୟ ପରେ ପୁଅର ମୃତ୍ୟୁ ହୋଇଛି । ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ବାପାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ